ETV Bharat / city

କମୁଛି ହୀରାକୁଦ ଜଳସ୍ତର, ବନ୍ଦ ହେଲା 12 ଟି ଗେଟ - 8 gates of Hirakud Dam closed today

ଜଳସ୍ତର କମୁଥିବାରୁ ଓ ତଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ଲାଗି ବନ୍ଦ ହେଲା ହୀରାକୁଦର 12 ଟି ଗେଟ । ପର୍ଯ୍ୟାୟ କ୍ରମେ 12 ଟି ଗେଟ ବନ୍ଦ ହୋଇଛି । ବର୍ତ୍ତମାନ 28 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 18, 2022, 4:52 PM IST

Updated : Aug 18, 2022, 6:39 PM IST

ଭୁବନେଶ୍ବର: ଜଳସ୍ତର କମୁଥିବାରୁ ଓ ତଳ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ଲାଗି ବନ୍ଦ ହେଲା ହୀରାକୁଦର 12 ଟି ଗେଟ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର । ବର୍ତ୍ତମାନ 28 ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

ବନ୍ଦ ହେଲା 8ଟି ଗେଟ

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, ଗତକାଲିଠୁ ମହାନଦୀ ଉପର କି ତଳ ମୁଣ୍ଡରେ ବର୍ଷା ହୋଇନାହିଁ । ମହାନଦୀକୁ 4 ଲକ୍ଷ 40 ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ 6 ଲକ୍ଷ 74 ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳସ୍ତର 624.43 ଫୁଟ ରହିଛି । ଆଗକୁ ବର୍ଷା ଆସୁଥିବାରୁ ହୀରାକୁଦ ଜଳସ୍ତର 622 ଫୁଟରେ ରଖିବାକୁ ଚେଷ୍ଟା କରାଯିବ ।

ସେହିପରି ମୁଣ୍ଡଳୀରେ ବି ଜଳସ୍ତର କମିଛି । ଏବେ 10 ଲକ୍ଷ 26 ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 18, 2022, 6:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.