ETV Bharat / city

ଚାଲିଗଲା ୟସ, ଆସିଲେ 750 ନବଜାତକ

author img

By

Published : May 27, 2021, 10:55 PM IST

ବୁଧବାର ବାତ୍ୟା ୟସ ବହୁ ଜିଲ୍ଲାରେ ତାଣ୍ଡବ ରଚିଥିବା ବେଳେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନା ଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି । ଅଧିକ ପଢନ୍ତୁ...

ଚାଲିଗଲା ୟସ, ଆସିଲେ 750 ନବଜାତ ଶିଶୁ
ଚାଲିଗଲା ୟସ, ଆସିଲେ 750 ନବଜାତ ଶିଶୁ

ଭୁବନେଶ୍ବର: ବୁଧବାର ବାତ୍ୟା ୟସ ବହୁ ଜିଲ୍ଲାରେ ତାଣ୍ଡବ ରଚିଥିବା ବେଳେ ବାତ୍ୟା ପ୍ରଭାବିତ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ଡାକ୍ତରଖାନା ଗୁଡ଼ିକରେ ୭୫୦ ଜଣ ଶିଶୁ ଜନ୍ମଲାଭ କରିଛନ୍ତି ।

ବାତ୍ୟା ‘ୟସ୍’ର ସମ୍ଭାବ୍ୟ ବିପଦକୁ ଆଶଙ୍କା କରି ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ୧୦ଟି ଜିଲ୍ଲାରେ ଜୁନ ପ୍ରଥମ ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାମାନଙ୍କୁ ଚିହ୍ନଟ କରାଯାଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ବିଭାଗର ଡିଏସ୍‌ଡବ୍ଲ୍ୟୁଓ, ସିଡିପିଓ, ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ଆଶାକର୍ମୀମାନଙ୍କ ସହାୟତାରେ ୪୫୫୫ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଥିଲା । ତନ୍ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ୨୪ ତାରିଖରୁ ହସ୍ପିଟାଲକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।

ମେ ୨୫ ଓ ୨୬ ତାରିଖରେ କ୍ରମାଗତ ବର୍ଷା, ପବନ ଓ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ୭୫୦ ଜଣ ଶିଶୁ ଜନ୍ମ ହୋଇଛନ୍ତି। ବାଲେଶ୍ଵରରେ ୫୮, ଭଦ୍ରକରେ ୯୮, କଟକରେ ୬୧, ଜଗତସିଂହପୁରରେ ୮୪, ଯାଜପୁରରେ ୬୯, କେନ୍ଦୁଝରରେ ୫୫, ମୟୂରଭଞ୍ଜରେ ୩୬, କେନ୍ଦ୍ରାପଡ଼ାରେ ୧୬୬, ଖୋର୍ଦ୍ଧାରେ ୯୫ ଏବଂ ପୁରୀ ଜିଲ୍ଲାରେ ୨୮ ଜଣ ଶିଶୁ ଜନ୍ମ ହୋଇଛନ୍ତି ।

ସମସ୍ତ ପ୍ରସୂତି ଓ ନବଜାତକ ସୁସ୍ଥ ଅଛନ୍ତି । ତେବେ ବାତ୍ୟା ପ୍ରଭାବିତ ଏହି ଜିଲ୍ଲାଗୁଡ଼ିକରେ ଗର୍ଭବତୀ ଏବଂ ଆସନ୍ନପ୍ରସବାମାନଙ୍କୁ ହସ୍ପିଟାଲ ସ୍ଥାନାନ୍ତରଣ କରିବା ବିଭାଗୀୟ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଥିଲା ସବୁଠାରୁ ବଡ଼ ଆହ୍ଵାନ ।

କିଛି ମହିଳାଙ୍କ ପ୍ରସବ ତାରିଖ ଜୁନ ମାସ ପ୍ରଥମ ସପ୍ତାହରେ ଥିବାରୁ ସେମାନେ ଏବେଠାରୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଙ୍ଗନବାଡ଼ି ସୁପରଭାଇଜର ଓ କର୍ମୀମାନେ ବାରମ୍ବାର ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବୁଝାଇ ସୁଝାଇ ହସ୍ପିଟାଲକୁ ଆଣିଥିଲେ ।

ଏ ସଂପର୍କରେ ନିଜର ଅଭିଜ୍ଞତା କହିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ପ୍ରକଳ୍ପର ଅଙ୍ଗନବାଡ଼ି ସୁପରଭାଇଜର ସୁମନ୍‌ ସାହୁ ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ଏହି ପ୍ରକଳ୍ପର ନରସିଂହପୁର ଗ୍ରାମପଞ୍ଚାୟତ ଅଧୀନସ୍ଥ ସ୍ଥିତ କାଳିଦାସପୁର ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କର ମେ ୩୦ ପ୍ରସବ ତାରିଖ ଥିବାରୁ ସେ କୌଣସି ମତେ ହସ୍ପିଟାଲ ଯିବାକୁ ରାଜି ହୋଇନଥିଲେ ।

କିନ୍ତୁ ବାରମ୍ବାର ଅନୁରୋଧ ଏବଂ ପରିସ୍ଥିତିର ଗୁରୁତ୍ଵ ଦୃଷ୍ଟିରୁ ଅଙ୍ଗନବାଡ଼ି କର୍ମୀ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ୨୫ ତାରିଖ ଦିନ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ୨୬ ତାରିଖ ବାତ୍ୟାର ଗମ୍ଭୀରତା ମଧ୍ୟରେ ମହିଳା ଜଣକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏଥିପାଇଁ ତାଙ୍କ ପରିବାର ଲୋକମାନେ ଖୁସି ପ୍ରକଟ କରିବା ସହ ସରକାରୀ ତତ୍ପରତା ପାଇଁ ସାଧୁବାଦ ଜଣାଇଛନ୍ତି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆନୁଷ୍ଠାନିକ ପ୍ରସବ ପାଇଁ ବାରମ୍ବାର ସମୀକ୍ଷା କରିବା ସହ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଜିଲ୍ଲାଗୁଡ଼ିକ ସହ ନିୟମିତ ଯୋଗାଯୋଗ ପୂର୍ବକ ମନିଟରିଂ କରିଥିଲେ । ପ୍ରମୁଖ ଶାସନ ସଚିବ କ୍ଷେତ୍ର କର୍ମଚାରୀମାନଙ୍କ ନିଷ୍ଠାପର ଉଦ୍ୟମ ପାଇଁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରକାଶ ଥାଉ କି, ଏହି 10ଟି ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ଦିଆଯାଉଥିବା ଶୁଖିଲା ରାସନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.