ETV Bharat / city

ରୋଜଗାର ଗିଳୁଛି କୋରୋନା, ରାଜ୍ୟରେ ଗରମ ନିଯୁକ୍ତି ରାଜନୀତି - ବେକାରୀ

ରାକ୍ଷସ ରୂପି କୋରୋନା ଜୀବନକୁ ବିପଦକୁ ଠେଲିବା ସହ ଜୀବିକାକୁ କରିଦେଇଛି ବିଧ୍ବସ୍ତ । କୋଭିଡ ଦ୍ବିତୀୟ ଲହରରେ ବ୍ରେକ ଲଗାଇବାକୁ ଜାରି ଲକଡାଉନ -କଟକଣା ଗିଳିଦେଲାଣି ଲକ୍ଷାଧିକ ରୋଜଗାର । ସମାନ ସଙ୍କଟରେ ଓଡିଶା ଜୁଝୁଥିବା ବେଳେ ଊର୍ଦ୍ଧ୍ବମୁହାଁ ରାଜ୍ୟ ରାଜନୀତି ପାରଦ । ଅଧିକ ପଢନ୍ତୁ..

ରୋଜଗାର ଗିଳୁଛି କୋରୋନା , ରାଜ୍ୟରେ ଆରମ୍ଭ ନିଯୁକ୍ତି ରାଜନୀତି

author img

By

Published : May 6, 2021, 5:58 PM IST

ଭୁବନେଶ୍ବର: ଦେଶରେ ବେକାବୁ ହେଉଛି ବେକାରୀ ସମସ୍ୟା । କରୋନାର ଦ୍ବିତୀୟ ଲହରୀ ଲୋକଙ୍କ ଜୀବନ ସହ ଜୀବିକା ଛଡ଼ାଇ ନେଇଛି । କୋରନା ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ପ୍ରଭାବିତ ହେଉଛି । ଫଳରେ ରୋଜଗାର ହରାଉଛନ୍ତି ଲକ୍ଷାଧିକ ଲୋକ । ଗତ ଏପ୍ରିଲ୍‌ରେ ଦେଶର ବେକାରୀ ହାର ପ୍ରାୟ ୮ ପ୍ରତିଶତରେ ପହଞ୍ଚିଛି । ଯାହାକି ଚାରି ମାସରେ ସର୍ବୋଚ୍ଚ ସ୍ତର ।

ମାର୍ଚ୍ଚ ମାସରେ ରେ ଏହି ହାର ୬.୫% ଥିବା ବେଳେ ଏପ୍ରିଲ୍‌ରେ ତାହା ୭.୯% ପ୍ରତିଶତରେ ପହଞ୍ଚିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆ ଇକୋନମି (ସିଏମ୍‌ଆଇଇ) ଆକଳନ କରିଛି ।

ରୋଜଗାର ଗିଳୁଛି କୋରୋନା , ରାଜ୍ୟରେ ଆରମ୍ଭ ନିଯୁକ୍ତି ରାଜନୀତି

ବଢୁଥିବା କୋରୋନା ସଂକ୍ରମଣ ଦେଶ ଅର୍ଥନୀତିକୁ ପ୍ରଭାବିତ କରିଛି । ବିଭିନ୍ନ ରାଜ୍ୟରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏହାର ସିଧାସଳଖ ପ୍ରଭାବ ଦେଶର ନିଯୁକ୍ତି କ୍ଷେତ୍ର ଉପରେ ପଡିଛି । କୋରନାର ଦ୍ବିତୀୟ ଲହରର ପ୍ରାଦୁର୍ଭାବ ଭୟଙ୍କର ଥିବାବେଳେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଫୋକସ କରିଛନ୍ତି ସରକାର । ତେଣୁ ମେ’ ମାସରେ ମଧ୍ୟ ନିଯୁକ୍ତି ସ୍ଥିତି ଭଲ ରହିନପାରେ ସିଏମ୍ଆଇଇର ପୂର୍ବାନୁମାନ କରିଛି ।

ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବେକାରୀ ହାର ଉତ୍କଟ ରହିଛି । ବିଭିନ୍ନ ରାଜ୍ୟ ଲକଡ଼ାଉନ ପ୍ରକ୍ରିୟାକୁ ଆସୁଥିବାରୁ ଶ୍ରମ କ୍ଷେତ୍ରରେ ଯୋଗଦାନର ଅନୁପାତ ଏପ୍ରିଲ୍‌ରେ ୪୦%କୁ ହ୍ରାସ ପାଇଛି । ଦେଶର ବେକାରୀ ହାର ଗତବର୍ଷ ମେ’ରେ ୨୧% ଭଳି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଜୁଲାଇରେ ସେଥି‌ରେ ସାମାନ୍ୟ ସୁଧାର ହେବା ପରେ ଅଗଷ୍ଟରେ ପୁଣି ବେକାରୀଙ୍କ ସଂଖ୍ୟା ବଢ଼ିଥିଲା । ଚଳିତ ବର୍ଷ ଆରମ୍ଭରୁ ସ୍ଥିତିରେ ସୁଧାର ହେଉଥିବା ବେଳେ କିନ୍ତୁ ଏପ୍ରିଲ୍‌ରେ ପୁଣି ସ୍ଥିତି ବିଗିଡ଼ିବାରେ ଲାଗିଛି । ଅଗାମୀ ଦିନରେ ଦେଶର ବେକାରୀ ସ୍ଥିତି ଭୟଙ୍କର ସ୍ଥିତିକୁ ଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ତ୍ରିନାଥ ଲେଙ୍କା ପୂର୍ବାନୁମାନ କରୁଛନ୍ତି ।

ଏହାକୁ ନେଇ ରାଜ୍ୟରେ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି । ଏ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ଓ କଂଗ୍ରେସ । ଆବଶ୍ୟକ ସମୟରେ କେନ୍ଦ୍ର ସରକାର ତ୍ୱରିତ ପଦକ୍ଷେପ ନେଇ ନଥିବାରୁ ଏପରି ଚିତ୍ର ସାମ୍ନାକୁ ଆସୁଛି । ସଠିକ ଦିଗରେ ଦେଶର ଆର୍ଥିକ ଗତିବିଧି ପରିଚାଳନା ହୋଇନଥିବାରୁ ଏଭିଳି ଅବସ୍ଥା ହୋଇଥିବାରୁ ଏ ସ୍ଥିତି ଉପୁଜିଥିବା ଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଏପଟେ ଠୋସ ପଦକ୍ଷେପ ନେଇ ନିଯୁକ୍ତି କ୍ଷେତ୍ରକୁ କ୍ରିୟାଶୀଳ କରାଗଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ପ୍ରଥମ ଲହର ପରେ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବାରୁ ନିଯୁକ୍ତି କ୍ଷେତ୍ରରେ ସୁଧାର ଆସିଛି । ତେଣୁ ଅଗାମୀ ଦିନରେ ଏ ଦିଗରେ କେନ୍ଦ୍ର ସରକାର ବିକଳ୍ପ ବ୍ୟବସ୍ଥା ନିଶ୍ଚୟ କରିବେ ବୋଲି କହିଛନ୍ତି ଗୋଲକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.