ETV Bharat / city

74ତମ ସ୍ବାଧୀନତା ଦିବସ; ବିଜେଡି, ବିଜେପି ଓ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ

author img

By

Published : Aug 15, 2020, 12:07 PM IST

ସାରା ଦେଶ ପାଳୁଛି 74ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ...

74ତମ ସ୍ବାଧୀନତା ଦିବସ; ବିଜେଡି, ବିଜେପି ଓ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ
74ତମ ସ୍ବାଧୀନତା ଦିବସ; ବିଜେଡି, ବିଜେପି ଓ କଂଗ୍ରେସ କାର୍ଯ୍ୟାଳୟରେ ପାଳିତ

ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି 74ତମ ସ୍ବାଧୀନତା ଦିବସ । ଏହି ଅବସରରେ ରାଜ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ କାର୍ଯ୍ୟାଳୟରେ ମଧ୍ୟ ସ୍ବାଧୀନତା ଦିବସ ପାଳନ କରାଯାଇଛି । ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ପତାକା ଉତ୍ତୋଳନ କରିଛନ୍ତି । ଯେଉଁଥିରେ ଦଳର ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଛନ୍ତି । କୋଭିଡ ନିୟମକୁ ମାନି ଦଳୀୟ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହିଅବସରରେ ଦଳର ଛାମୁଆ ସଂଗଠନର ନେତାମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।

ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ ହୋଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ସଭାପତି ସମୀର ମହାନ୍ତି। କୋଭିଡ 19 ମହାମାରୀ ଗାଇଡ ଲାଇନ ଅନୁସାରେ 10 ଜଣ ନେତା ଓ କର୍ମୀଙ୍କୁ ନେଇ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, 2022 ସୁଦ୍ଧା ସମସ୍ତ ଅଞ୍ଚଳରେ ପକ୍କା ଘର କାର୍ଯ୍ୟକ୍ଷମ କରାଯିବ।

ଅନ୍ୟପଟେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହାର ମୁଖ୍ୟାଳୟରେ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପିସିସି ସଭାପତି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ଏବେ ବିଭିନ୍ନ ପ୍ରକାର ସଙ୍କଟ ମଧ୍ୟରେ ଗତି କରୁଥିବା କହିଛନ୍ତି।

ଏହା ସହିତ କୋରୋନା ଯୋଗୁଁ ଦେଶର ଆର୍ଥିକ ଅବସ୍ଥା ମଧ୍ୟ ବହୁଭାବରେ ବିଗିଡି ଯାଇଛି। ଯାହା ଫଳରେ ଦେଶରେ ଆର୍ଥିକ ସଙ୍କଟ ଦେଖାଦେଇଛି। ସେହିପରି ଦେଶରେ ଗଣତନ୍ତ୍ର ମଧ୍ୟ ସୁରକ୍ଷିତ ନଥିବା ସେ କହିଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ବିକାଶ ଦାସ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.