ETV Bharat / city

70 ଶ୍ରମିକଙ୍କୁ ଘରକୁ ଫେରାଇଲା ‘ଓଡିଶା ମୋ ପରିବାର’

ବିଶ୍ବ ମହାମାରୀ କୋରୋନାର ଜଟିଳମୟ ପରିସ୍ଥିତିରେ ଓଡିଶା ଫେରିଲେ ପ୍ରାୟ 70 ଶ୍ରମିକ । ‘ଓଡିଶା ମୋ ପରିବାର’ ପକ୍ଷରୁ ସମସ୍ତ ଶ୍ରମିକଙ୍କୁ ଫେରାଇ ଅଣାଯାଉଛି ।

70 ଶ୍ରମିକଙ୍କୁ ଘରକୁ ଫେରାଇଲା ‘ଓଡିଶା ମୋ ପରିବାର’
70 ଶ୍ରମିକଙ୍କୁ ଘରକୁ ଫେରାଇଲା ‘ଓଡିଶା ମୋ ପରିବାର’
author img

By

Published : Mar 25, 2020, 1:01 PM IST

Updated : Mar 25, 2020, 2:09 PM IST

ଭୁବନେଶ୍ବର: ଓଡିଶା ଫେରୁଛନ୍ତି ଆନ୍ଧ୍ରପ୍ରଦେଶରେ ଫସି ରହିଥିବା 70 ଶ୍ରମିକ । ‘ଓଡିଶା ମୋ ପରିବାର’ର ସହାୟତା ଯୋଗୁଁ ଆଜି ସମସ୍ତଙ୍କୁ ଫେରାଇ ଅଣାଯାଉଛି । ସମସ୍ତ ଶ୍ରମିକ ଶ୍ରୀ ଶ୍ରୀନିବାସ ସ୍ପିନଟେକ୍ସ ନାମକ ଏକ ସୂତାକଳରେ କାମ କରୁଥିଲେ । ଗତ ମାର୍ଚ୍ଚ 23ରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ 70ଜଣ(ଭଦ୍ରକର ୧୫ଜଣ ଓ ଗଞ୍ଜାମର ୫୫ଜଣ) ଓଡିଆ ଶ୍ରମିକ ଫସି ରହିଥିବା ନେଇ ଓଡିଶା ମୋ-ପରିବାରକୁ ସୂଚନା ଦେଇଥିଲେ ଶ୍ରୀ ଶେଷଦେବ ମିଶ୍ର ।

ସୂଚନାଯୋଗ୍ୟ, କୋରୋନା ଭୟାବହତାକୁ ଦେଖି ସୂତାକଳର ମାଲିକ 600 ଜଣ ଶ୍ରମିକଙ୍କୁ ସେମାନଙ୍କର 2 ମାସରୁ ଊର୍ଦ୍ଧ୍ବ ଦରମା ନ ଦେଇ ନିଜ ଘରୁକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶ୍ରମିକଙ୍କ ପାଖରେ ଟଙ୍କା ପଇସା ନଥିବାବେଳେ, ଦେଶର ବିଭିନ୍ନ ରାଜ୍ୟରେ କଟକଣା । ଫଳରେ ସେଠାରୁ ସେମାନେ ଫସି ରହିଥିଲେ । ଏନେଇ ସେମାନେ ପ୍ରଥମେ ‘ଓଡିଶା ମୋ ପରିବାର’ର ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କୁ ଜଣାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓ.ଏସ୍‌.ଡି ଡ. ଗୋପବନ୍ଧୁ ଦାସ ଓଡିଶା ଲେବର କମିଶନରଙ୍କୁ ଘଟଣା ସମ୍ପର୍କରେ ଜଣାଇ ଏଥିରେ ହସ୍ତକ୍ଷେପ କରିବା ଲାଗି ତାଙ୍କୁ ଅନୁରୋଧ କରିଥିଲେ । ଆନ୍ଧ୍ରପ୍ରଦେଶର ଲେବର କମିଶନରଙ୍କୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇବା ପରେ ସେ ସୂତାକଳର ମାଲିକକୁ ସାମ୍ପ୍ରତିକ ଲକ୍ ଡାଉନ ପରିସ୍ଥିତିକୁ ନଜରରେ ରଖି ୬୦୦ ଶ୍ରମିକଙ୍କୁ ବାସସ୍ଥାନ ସହ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଲେବର କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ସୂତାକଳର ମାଲିକ ୬୦୦ ଶ୍ରମିକଙ୍କୁ ସୂତାକଳ ପରିସରରେ ରହିବା ପାଇଁ ଅନୁମତି ଦେବା ସହ ସେମାନଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ । ତେବେ କୋଭିଡ୍‌-୧୯ର ଜଟିଳମୟ ପରିସ୍ଥିତିରେ ଏହି ମହତ୍ କାର୍ଯ୍ୟ ତଥା ସହାୟତା ଲାଗି ୭୦ ଜଣ ଓଡିଆ ଶ୍ରମିକ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର ଲେବର କମିଶନର ଏବଂ ‘ଓଡିଶା ମୋ ପରିବାର’ ର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 25, 2020, 2:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.