ETV Bharat / city

ଜନ୍ମଦିନ ନ ପାଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ - ଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ ଆୟୁଷ

କୋଭିଡ ସଂକ୍ରମଣ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରି ରଖିଛି । ନିଜ ଜନ୍ମଦିନ ନ ପାଳି 7 ବର୍ଷର ଆୟୁଷ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି ଅର୍ଥ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ

author img

By

Published : Apr 24, 2021, 10:04 AM IST

ଭୁବନେଶ୍ବର: ସାନ ସିନା ଦାନ ତା ମହାନ । କୋଭିଡ ସଂକ୍ରମଣ ସମସ୍ତଙ୍କୁ ବ୍ୟସ୍ତବିବ୍ରତ କରି ରଖିଛି । ଏହି ଲଢେଇରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜନ୍ମଦିନରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି 7 ବର୍ଷର ଆୟୁଷ । ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ନିଜ ହାତରେ ଆଙ୍କି ଥିବା ଏକ ଫଟୋକୁ ମଧ୍ୟ ପ୍ରଦାନ କରିଛନ୍ତି ଆୟୁଷ ।

ସ୍ଥାନୀୟ ଡିଏଭି ଚନ୍ଦ୍ରଶେଖରପୁରରେ ଷ୍ଟାଣ୍ଡାର୍ଡ-୨ ର ଛାତ୍ର ଆୟୁଷ । ଗତ ବର୍ଷ କୋରୋନା କଟକଣା ଓ ସରକାରଙ୍କ ନିୟମକୁ ମାନି ଆୟୁଷ ଜନ୍ମ ଦିନ ପାଳନ କରିନଥିଲେ । ସେହି ଜନ୍ମ ଦିନରେ ଖର୍ଚ୍ଚ ହେବାକୁ ଥିବା ଅର୍ଥ ଏବଂ ସଞ୍ଚିତ ଅର୍ଥକୁ ମିଶାଇ ଏହି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ, ଶିଖରଚଣ୍ଡୀ ଏବଂ ବାଣୀବିହାର ଅଞ୍ଚଳରେ ଥିବା ବସ୍ତିରେ ଶୁଖିଲା ଖାଦ୍ୟ ଦେବା ସହ 1000 ମାସ୍କ କୋଭିଡ ଯୋଦ୍ଧା(ସଫେଇ କର୍ମଚାରୀ)ଙ୍କୁ ପ୍ରଦାନ କରିଥିଲେ । ଆୟୁଷଙ୍କ ଇଚ୍ଛା ଥିଲା, ସେ ନିଜେ ଏହି ଅର୍ଥକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରଦାନ କରିଥାନ୍ତେ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କଲେ 7 ବର୍ଷର ଆୟୁଷ

ଚଳିତ ବର୍ଷ କୋରୋନାର ଦ୍ବିତୀୟ ଲହରୀ ସମସ୍ତଙ୍କୁ କଲବଲ କରୁଥିବାବେଳେ ଆୟୁଷ ପୁନର୍ବାର ନିଜର ସଞ୍ଚିତ ଓ ଜନ୍ମ ଦିନରେ ଖର୍ଚ୍ଚ ହେବାକୁ ଥିବା ରାଶିଙ୍କୁ ଦେଇଛନ୍ତି । କୋରୋନା ଯୋଗୁଁ ସେ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରନଥିଲେ । ଭୁବନେଶ୍ବରର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏବଂ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ , ଉଭୟ ଆୟୁଷଙ୍କ ଏ ପ୍ରୟାସକୁ ପ୍ରଶଂସା ସହ କୋଭିଡ କଟକଣା କୋହଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ପଖକୁ ନେବା ପାଇଁ ପ୍ରତିଶୃତି ଦେଇଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.