ଭୁବନେଶ୍ବର: ରାଜ୍ୟ ପାଇଁ ଗୌରବ ଆଣିବାକୁ ଯାଉଛନ୍ତି ୭ ଜଣ ଓଡିଆ ଡାକ ଟିକଟ ସଂଗ୍ରାହକ । The Philatelic Congress of India’ ପକ୍ଷରୁ ଚଳିତ ବର୍ଷ ପାଇଁ ଘୋଷିତ ପୁରସ୍କାର ୭ ଜଣ ଓଡିଆଙ୍କୁ ମିଳିବ । ଏନେଇ ସେମାନଙ୍କ ନାଁ ମନୋନିତ କରାଯାଇଛି ।
ସହଦେବ ସାହୁଙ୍କୁ ମିଳିବ ‘Philatelic ରତ୍ନ’ ପୁରସ୍କାର । ସେହିପରି ଅନିଲ ଧିରଙ୍କୁ ସମ୍ମାନଜନକ ‘Fellow’ ଉପାଧିରେ ସମ୍ମାନିତ କରାଯିବାବେଳେ ଶାନ୍ତିସ୍ବରୂପ ରଥ, ଶକିଲ ଅହମଦ, ଅଜିତ କୁମାର ଦାଶ, ଅଜିତ କୁମାର ରାଉତ ଓ ଜୀବନଜ୍ୟୋତିଙ୍କୁ ପ୍ରଦାନ କରାଯିବ ମାନପତ୍ର ।
ଅନ୍ୟପକ୍ଷେ ରାଜ୍ୟର ଦୁଇଟି ପ୍ରମୁଖ ଡାକଟିକଟ ସଂଗ୍ରହ ସଂସ୍ଥା 'The Eastern India Philatelists' ଓ 'The Philatelic Association'କୁ ମଧ୍ୟ ମାନପତ୍ର ପ୍ରଦାନ କରାଯିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ