ETV Bharat / city

ରାଜ୍ୟରେ ପୁଣି 7 ଆକ୍ରାନ୍ତ ଚିହ୍ନଟ, ମାମଲା 118କୁ ବୃଦ୍ଧି

ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି 7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ତାଲିକାରେ ସୁନ୍ଦରଗଡରୁ 4 ଓ ଭଦ୍ରକରୁ 3 ଜଣ ଆକ୍ରାନ୍ତ ରହିଛନ୍ତି ।

corona positive cases
ରାଜ୍ୟରେ ପୁଣି 7 ଆକ୍ରାନ୍ତ ଚିହ୍ନଟ, ମାମଲା 118କୁ ବୃଦ୍ଧି
author img

By

Published : Apr 28, 2020, 8:26 AM IST

Updated : Apr 28, 2020, 11:21 AM IST

ଭଦ୍ରକ: ରାଜ୍ୟରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି 7 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସୁନ୍ଦରଗଡରୁ 4 ଓ ଭଦ୍ରକରୁ 3 ଜଣ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହୋଇଥିବା ବେଳେ ଭଦ୍ରକରେ ମାମଲା 19କୁ ବୃଦ୍ଧି ପାଇଛି।

ରାଜ୍ୟରେ ପୁଣି 7 ଆକ୍ରାନ୍ତ ଚିହ୍ନଟ, ମାମଲା 118କୁ ବୃଦ୍ଧି

ଏପଟେ ରାଜ୍ୟରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 118ରେ ପହଁଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ମିଳିଛି। ତେବେ ଭଦ୍ରକ ଜିଲ୍ଲାରେ ଚିହ୍ନଟ 3 ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବାସୁଦେବପରୁ ଓ ଅନ୍ୟ ଜଣେ ବନ୍ତ ଅଞ୍ଚଳର। ସମସ୍ତଙ୍କ କଲିକତା ଲିଙ୍କ ସୂଚନା। ଆକ୍ରାନ୍ତ ଚିହ୍ନଟ ଅଞ୍ଚଳରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଟୁଇଟ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଏବେ ସୁଦ୍ଧା 25,103 ସାମ୍ପଲ ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 118 ପଜିଟିଭ୍ କେସ ଚିହ୍ନଟ ହୋଇଥିବା ବେଳେ 73ଟି ସକ୍ରିୟ ମାମଲା ରହିଛି। 37 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 28, 2020, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.