ETV Bharat / city

ବନ୍ୟାରେ ଏପର୍ଯ୍ୟନ୍ତ ଗଲାଣି 7 ଜୀବନ, 2 ନିଖୋଜ - ବନ୍ୟାରେ ମୃତ

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଗତ 3 ଦିନରେ ଓଡିଶାରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ନିଖୋଜ ଥିବା ଗୁରୁବାର ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

flood death
ବନ୍ୟାରେ ଚାଲିଗଲା 7 ଜୀବନ
author img

By

Published : Aug 28, 2020, 10:31 AM IST

Updated : Aug 28, 2020, 3:53 PM IST

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ପ୍ରଭାବରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗତ 3 ଦିନରେ ଓଡିଶାରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ନିଖୋଜ ଥିବା ଗୁରୁବାର ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।

ମୃତକମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ 4 ଜଣ ଥିବାବେଳେ କେନ୍ଦୁଝରରୁ 2 ଜଣ ଏବଂ ସୁନ୍ଦରଗଡରୁ ଜଣେ ଥିବା ଜଣାପଡିଛି । ସେହିପରି ନିଖୋଜ 2 ଜଣ କେନ୍ଦୁଝରର ଜିଲ୍ଲାର ଥିବା ଜଣାପଡିଛି । ତେବେ ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, ବୌଦ୍ଧ, କେନ୍ଦ୍ରାପଡା ଏବଂ ସୋନାପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇ ବନ୍ୟା ପରିସ୍ଥିତି ଉପୁଜିଥିବା ପ୍ରଦୀପ କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏଥିସହ ସେ କହିଛନ୍ତି, ରାଜ୍ୟର ବହୁ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ 7000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଶୁଖିଲା ଫଳ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ତେବେ ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ଆଶଙ୍କା କରାଯାଉଛି । ସେହିପରି ଆସନ୍ତା 24 ଘଣ୍ଟା ମଧ୍ୟରେ ଛତିଶଗଡ ଏବଂ ପଶ୍ଚିମ ଓଡିଶା ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଯାହାକୁ ନେଇ ମହାନଦୀରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବା ସେ କହିଛନ୍ତି । ତେଣୁ ଏନେଇ ଜିଲ୍ଲାପାଳ ମାନଙ୍କୁ ସ୍ଥିତି ଉପରେ ଧ୍ୟାନ ଦେବା ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଅନୁଯାୟୀ, ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଡ୍ୟାମର 20ଟି ଗେଟକୁ ଖୋଲାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 28, 2020, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.