ETV Bharat / city

କୋରାପୁଟରେ ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦଘାଟିତ, ଅକ୍ଟୋବର 15 ସୁଦ୍ଧା ହେବ ନୂଆ କୋଭିଡ ହସ୍ପିଟାଲର ନିର୍ମାଣ କାର୍ଯ୍ୟ - କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜାମା ବ୍ୟାଙ୍କ ଉଦଘାଟିତ

ଓଡ଼ିଶାର ଆଦିବାସୀ ଅଞ୍ଚଳ କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହାକୁ ଉଦ୍‌ଘାଟନ କରିଛନ୍ତି । ଏହାସହ ସେପଟେ ଅକ୍ଟୋବର 15 ସୁଦ୍ଧା କୋରାପୁଟରେ ଆରମ୍ଭ ହେବ 650 ଶଜ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ । ଆଜି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହୋଇଥିବାପ୍ଲାଜମା ବ୍ୟାଙ୍କର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜାମା ବ୍ୟାଙ୍କ ଉଦଘାଟିତ

author img

By

Published : Aug 27, 2020, 6:48 PM IST

Updated : Aug 27, 2020, 9:46 PM IST

ଭୁବନେଶ୍ବର: ଓଡ଼ିଶାର ଆଦିବାସୀ ଅଞ୍ଚଳ କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏହାକୁ ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ କଟକ ଏସସିବି, କ୍ୟାପିଟାଲ ହପ୍ସିଟାଲ, ବ୍ରହ୍ମପୁରର ଏମକେସିଜି, ରାଉରକେଲା ଓ ବୁର୍ଲ୍ଲରେ ପ୍ଳାଜମା ବ୍ୟାଙ୍କ ଥିବାବେଳେ ଗୁରୁବାର କୋରାପୁଟରେ ଏହାର ଶୁଭାରମ୍ଭ କରାଯାଇଛି ।

କୋରାପୁଟରେ ରାଜ୍ୟର ଷଷ୍ଠ ପ୍ଲାଜାମା ବ୍ୟାଙ୍କ ଉଦଘାଟିତ

ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଦକ୍ଷିଣ ଓଡିଶାର ଲୋକେ ବହୁତ ଉପକୃତ ହେବେ ବୋଲି ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ଏଥିସହ ଯେଉଁ ମାନେ କୋରୋନାରୁ ସୁସ୍ଥ ହୋଇଛନ୍ତି ସେମାନଙ୍କୁ ପ୍ଲାଜମା ଦାନ କରି ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କହିଛନ୍ତି, 6 ସପ୍ତାହ ମଧ୍ୟରେ ଏହି ପ୍ଲାଜମା ବ୍ୟାଙ୍କ ଆରମ୍ଭ କରାଯାଇଥିଲା । ଯାହା ରାଜ୍ୟ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିପାରିଛି । ପ୍ଲାଜମା ଦାତାଙ୍କ ପାଇଁ ଓଡିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ପ୍ଲାଜମା ଚିକିତ୍ସା ସଫଳ ହୋଇଛି। ଅଧିକରୁ ଅଧିକ କୋଭିଡ ରୋଗୀ ଏହି ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ରାଜ୍ୟର ଷଷ୍ଠ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ରୋଗ ପାଇଁ ପ୍ଲାଜମା ଚିକିତ୍ସା ପଦ୍ଧତିରେ ଓଡିଶା କେବଳ ଭାରତ ନୁହେଁ, ସାରା ବିଶ୍ବରେ ଏକ ଅଗ୍ରଗଣ୍ୟ ସ୍ଥାନ ହାସଲ କରିପାରିଛି । ଆମ ଡାକ୍ତର ଓ ମେଡିକାଲ ଟିମ୍‌ର ଦକ୍ଷତା ଓ ପ୍ରତିବଦ୍ଧତା ଯୋଗୁ ଏହା ସଫଳ ହୋଇପାରିଛି । ଆମେ ସେମାନଙ୍କ ପାଇଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟର ସବୁ ନାଗରିକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର କେହି ଜଣେ ବି ରୋଗୀ ଅତ୍ୟାଧୁନିକ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ବର୍ତ୍ତମାନ ଏହି ନୂଆ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟିତ ହେବା ଦ୍ବାରା ରାଜ୍ୟର ସବୁ ଅଞ୍ଚଳର କୋଭିଡ ରୋଗୀମାନେ ପ୍ଲାଜମା ଚିକିତ୍ସାର ସୁବିଧା ପାଇପାରିବେ । ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଏହି ବ୍ୟାଙ୍କ ଖୋଲିବା ଦ୍ବାରା ସେହି ଅଞ୍ଚଳର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଆଉ ଏକ ମାଇଲଷ୍ଟୋନ ହୋଇପାରିଛି ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ଉପରେ ଆମର ଜନଜାତି ଭାଇଭଉଣୀଙ୍କ ଆସ୍ଥା ଓ ବିଶ୍ବାସକୁ ଅଧିକ ସୁଦୃଢ କରିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରି ଅନ୍ୟ ମାନଙ୍କ ଜୀବନ ରକ୍ଷା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ପୁଣିଥରେ ଆହ୍ବାନ କରିଛନ୍ତି ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି, କୋରାପୁଟରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବାଦ୍ବାରା ଓଡିଶାର ଦକ୍ଷିଣାଞ୍ଚଳର କୋଭିଡ ରୋଗୀମାନେ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ସଫଳ କରି ପ୍ଲାଜମା ଦାନ କରିବା ପାଇଁ ଯୋଗ୍ୟ ବ୍ୟକ୍ତିମାନେ ଅଧିକ ସଂଖ୍ୟାରେ ଆଗେଇ ଆସିବାକୁ ଉଭୟ ମନ୍ତ୍ରୀ ଆହ୍ବାନ କରିଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ଲାଜମା ବ୍ୟାଙ୍କ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଜଣେ ପ୍ଲାଜମା ଦାତାଙ୍କ ସହ କଥାହୋଇ ତାଙ୍କର ମହନୀୟତା ପାଇଁ ଧନ୍ୟବାଦ ଜଣାଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଜଗନ୍ନାଥ ସାରକା, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ କୋରାପୁଟ ବିଧାୟକ ରଘୁରାମ ପଡାଲ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସେପଟେ ଅକ୍ଟୋବର 15 ସୁଦ୍ଧା କୋରାପୁଟରେ ଆରମ୍ଭ ହେବ 650 ଶଜ୍ୟା ବିଶିଷ୍ଟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ । ଆଜି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ହୋଇଥିବାପ୍ଲାଜମା ବ୍ୟାଙ୍କର ଉଦ୍ଘାଟନ ଉତ୍ସବରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ଵାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

କୋରାପୁଟରେ ଥିବା ମେଡିକାଲ କଲେଜ ହସ୍ପିଟାଲରେ ଏମଆରଆଇ , ସିଟିସ୍କାନ ଓ ଆଇଜିଜି ମେସିନ ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଦେଇଥିବା ପ୍ରସ୍ତାବକୁ ଅତି କମ ଦିନ ମଧ୍ୟରେ ଅନୁମୋଦନ ମିଳିଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 10 ଶଜ୍ୟା ବିଶିଷ୍ଟ ଭେଣ୍ଟିଲେଟର ଯୁକ୍ତ ଆଇସିୟୁ ଖୋଲାଯିବ ବୋଲି ସେ କହିଛନ୍ତି । କୋରୋନା ର ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ରାଜ୍ୟରେ ଜୁଲାଇ 15 ତାରିଖଠାରୁ ଆରମ୍ଭ କରାଯାଇଥିବା ପ୍ଲାଜମା ଚିକିତ୍ସାର ଫଳ ସ୍ବରୂପ ଏ ପର୍ଯ୍ୟନ୍ତ 70 ଜଣ ମୃତ୍ୟୁ ମୁଖରୁ ରକ୍ଷା ପାଇଥିବା ବେଳେ ପ୍ରାୟ 230 ଜଣଙ୍କ ସ୍ଥିତିରେ ଉନ୍ନତି ଆସୁଛି । କୋରାପୁଟରେ ଖୋଲାଯାଇଥିବା ପ୍ଲାଜ୍ମା ବ୍ୟାଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲାର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି । ରାଜ୍ୟରେ ଡାକ୍ତର ସଂଖ୍ୟା ବୃଦ୍ଧି କରିବା ଦିଗରେ ମଧ୍ୟ ସରକାର ଆସନ୍ତା ତିନି ବର୍ଷ ମଧ୍ୟରେ ମେଡିକାଲ କଲେଜ ଗୁଡିକରୁ ବାହାରୁଥିବା ଡାକ୍ତରଙ୍କ ମାଧ୍ୟମରେ ସଫଳତା ଆଣିବାର ଯୋଜନା ରଖିଛନ୍ତି ।

2016ରେ ଓଡ଼ିଶାରେ ଅଧ୍ୟୟନ କରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ରଦ୍ଧ ହୋଇଯାଇଥିବା ଚୁକ୍ତିବଦ୍ଧ ସେବାକୁ ରାଜ୍ୟ ସରକାର ପୁଣିଥରେ ଆରମ୍ଭ କରୁଥିବା ସେ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟାରେ ମେଡିକାଲ କଲେଜ ଗୁଡିକରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ଓଡିଶା ସରକାରଙ୍କ ହସ୍ପିଟାଲରେ ଅନ୍ୟୁନ ଦୁଇ ବର୍ଷ କାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ ହେବେ ବୋଲି ସେ ଜଣାଇଛନ୍ତି । କୋରାପୁଟରେ ଖୋଲା ଯାଇଥିବା ପ୍ଲାଜମା ବ୍ୟାଙ୍କ ଏ ଅଞ୍ଚଳବାସୀଙ୍କ ସ୍ବପ୍ନକୁ ସାକାର କରିବ । ଏଥି ନିମନ୍ତେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟସରକାରଙ୍କ ପ୍ରଶଂସା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଜ୍ଞାନଦର୍ଶୀ ସାହୁ ଏବଂ କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 27, 2020, 9:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.