ETV Bharat / city

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ରାଜ୍ୟ ପାଇଁ ଗୌରବ ଆଣିଲା 3 ଓଡିଆ ଫିଲ୍ମ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Mar 22, 2021, 7:02 PM IST

Updated : Mar 22, 2021, 9:25 PM IST

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ପାଇଁ 3ଟି ଓଡିଆ ଚଳଚ୍ଚିତ୍ରକୁ ମିଳିଛି ଶ୍ରେଷ୍ଠ ପୁରସ୍କାର । ଅଧିକ ପଢନ୍ତୁ...

ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ରାଜ୍ୟ ପାଇଁ ଗୌରବ ଆଣିଲା 3 ଓଡିଆ ଫିଲ୍ମ

ଭୁବନେଶ୍ବର: ଘୋଷଣା ହୋଇଛି 67 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ । ଚଳିତ ଥର 3ଟି ଓଡିଆ ଚଳଚ୍ଚିତ୍ରକୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ।

ଆଞ୍ଚଳିକ ଭାଷା‌ରେ ଦିଆଯାଉଥିବା ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମିଳିତ ପୁରସ୍କାର ଲାଗି ମନୋନୀତ ହୋଇଛି ଡ.ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ାର ବଦଲା’ ଏବଂ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ‘କାଲିର ଅତୀତ’। ସେହିପରି ଶ୍ରେଷ୍ଠ ଅଣଫିଚର ବର୍ଗରେ 'ଶ୍ରୀକ୍ଷେତ୍ରରୁ ସାହିଯାତ' ଫିଲ୍ମକୁ ମଧ୍ୟ ମିଳିଛି ସମ୍ମାନ ।

ଶଲାବୁଢାର ବଦଲା ହେଉଛି ଏକ ନିଆରା ହୃହୟସ୍ପର୍ଶୀ ସିନେମା। ଲୁପ୍ତପ୍ରାୟ ସଂସ୍କୃତି ,ଲୋକସଂସ୍କୃତିକୁ ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଇଛି। ଏହି ଚଳଚ୍ଚିତ୍ରରେ ଡକ୍ଟର ଅଟଲ ବିହାରୀ ପଣ୍ଡାଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ଆକୃଷ୍ଟ କରିଛି। ପୂର୍ବରୁ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଶଲାବୁଢା, ଆଦିମ ବିଚାର ଏବଂ ଭୁକା ଭଳି ଅନେକ ଚଳଚିତ୍ର ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ଥଳରେ ବେଶ ସଫଳତା ପାଇସାରିଛି।

ପାରିବେଶିକ ସଙ୍କଟର ଜନଜୀବନ ଉପରେ ପ୍ରଭାବ ଭଳି ଗୁରୁତ୍ବପୂର୍ଣ୍ଣ କଥାବସ୍ତୁ ଆଧାରିତ ନୀଳମାଧବ ପଣ୍ଡାଙ୍କ ‘କାଲିର ଅତୀତ’ । ଏହି ଚଳଚ୍ଚିତ୍ର ଓସ୍କାର ଦୌଡରୁ ବାଦ ପଡିସାରିଛି ।

ସେହିପରି ଶ୍ରୀକ୍ଷେତ୍ରରେ ହେଉଥିବା ସାହିଯାତ ଉପରେ ଆଧାରିତ ହୋଇଛି 'ଶ୍ରୀକ୍ଷେତ୍ରରୁ ସାହିଯାତ' ଫିଲ୍ମ । ଏହି ଫିଲ୍ମକୁ ନିର୍ମାଣ କରିଛନ୍ତି ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ । ଶ୍ରୀକ୍ଷେତ୍ର ପୁରୀର ବିଭିନ୍ନ ଲୋକକଳା ଓ ସଂସ୍କୃତି ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ସମ୍ମାନ ମିଳିବା ଓଡିଶା ପାଇଁ ଗୌରବର ବିଷୟ ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 3 ଓଡିଆ ଫଲ୍ମ ପୁରସ୍କୃତ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2021, 9:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.