ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର ସର୍ବାଧିକ 2503 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 67 ହଜାର ପାର ହୋଇଛି ସୁସ୍ଥ ସଂଖ୍ୟା । 30ଟି ଜିଲ୍ଲା ମଧ୍ୟରୁ ଖୋର୍ଦ୍ଧାରେ 369, କଟକରେ 281, ଗଞ୍ଜାମରେ 204, ରାୟଗଡାରେ 180, ସମ୍ବଲପୁରରେ 149, ନୟାଗଡରେ 135, ବାଲେଶ୍ଵରରରେ 132, ମୟୂରଭଞ୍ଜରେ 107, ପୁରୀରେ 102, କୋରାପୁଟରେ 95, ଝରସୁଗୁଡ଼ାରେ 71, ବରଗଡ ଓ ଭଦ୍ରକ ବୈଦ୍ଧରେ 70 ଲେଖାଏଁ ସୁସ୍ଥ ହୋଇଛନ୍ତି ।
ସେହିପରି ମାଲକାନଗିରିରେ 67, କନ୍ଧମାଳରେ 52, ନବରଙ୍ଗପୁରରେ 44, ଗଜପତିରେ 48, କଳାହାଣ୍ଡିରେ 38, କେନ୍ଦ୍ରାପଡାରେ 43, ବଲାଙ୍ଗୀରରେ 36, ଯାଜପୁରରେ 33, ସୋନପୁରରେ 26, କେନ୍ଦୁଝରରେ 21, ଢେଙ୍କାନାଳରେ 19, ଜଗତସିଂହପୁରରେ 15 ଓ ସୁନ୍ଦରଗଡରେ 15, ନୂଆପଡାରେ 7, ଅନୁଗୋଳରେ 3 ଓ ଦେଓଗଡରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 67826 ଜଣ ।
ଭୁୂବନେଶ୍ବର ବିକାଶ ଦାସ, ଇଟିଭି ଭାରତ