ETV Bharat / city

କାୟା ମେଲୁଛି କୋରୋନା: ଦିନକରେ 6647 ପଜିଟିଭ ଚିହ୍ନଟ, 8 ମୃତ

author img

By

Published : Apr 24, 2021, 10:01 AM IST

ରାଜ୍ୟରେ ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି କୋରୋନା । ଗତ 24 ଘଣ୍ଟାରେ ନୂଆ 6647 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାର କରାଳ ରୂପ, ନୂଆ 6647 ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: କୋରୋନା କବଳରେ ଦେଶ ସମେତ ରାଜ୍ୟ । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଧୀରେ ଧୀରେ କୋରୋନାର ଦ୍ବିତୀୟ ଲହର ପୂର୍ବବର୍ଷର ରେକର୍ଡ ଭାଙ୍ଗିବାରେ ଲାଗିଛି । ଏହାରି ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ 6 ହଜାର 647 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେପଟେ ମହାମାରୀରେ ଆଜି ରାଜ୍ୟରେ 8 ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4 ଲକ୍ଷ 1 ହଜାର 341ରେ ପହଞ୍ଚିଥିବା ବେଳେ କ୍ବାରେଣ୍ଟାଇନରୁ 3855 ଓ ସ୍ଥାନୀୟ ଅଞ୍ଚଳରୁ 2792 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ 1189 ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ 141, ବାଲେଶ୍ବରରୁ 53, ବରଗଡ଼ରୁ 290, ଭଦ୍ରକରୁ 41, ବଲାଙ୍ଗୀରରୁ 234, ବୋଦ୍ଧରୁ 39, କଟକରୁ 336, ଦେବଗଡ଼ ଓ ଢେଙ୍କାନାଳରୁ 34, ଗଜପତିରୁ 96, ଗଞ୍ଜାମରୁ 161, ଜଗତସିଂହପୁରରୁ 65, ଯାଜପୁରରୁ 133, ଝାରସୁଗୁଡାରୁ 343, କଳାହାଣ୍ଡିରୁ 361, କନ୍ଧମାଳରୁ 26, କେନ୍ଦ୍ରାପଡାରୁ 47, କେନ୍ଦୁଝରରୁ 183, କୋରାପୁଟରୁ 67 ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ମାଲକାନଗିରିରୁ 17, ମୟୂରଭଞ୍ଜରୁ 122, ନବରଙ୍ଗପୁରରୁ 224, ନୟାଗଡ଼ରୁ 110, ନୂଆପଡାରୁ 559, ପୁରୀରୁ 395, ରାୟଗଡ଼ାରୁ 116, ସମ୍ବଲପୁରରୁ 175, ସୁନ୍ଦରଗଡରୁ 788 ଓ ଷ୍ଟେଟ ପୋଲରୁ 266 ଜଣ ଚିହ୍ଟନ ହୋଇଛନ୍ତି । ତେବେ ସୋନପୁର ଜିଲ୍ଲାରୁ ସର୍ବନିମ୍ନ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ 98 ଲକ୍ଷ 34 ହଜାର 487 ଟି ନମୁନାର କୋରୋନା ପରୀକ୍ଷଣ ଶେଷ ହୋଇଥିବା ବେଳେ 43 ହଜାର 304ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.