ଭୁବେନେଶ୍ବର: ଶେଷ ପର୍ଯ୍ୟାୟରେ ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୬% ମତଦାନ ହୋଇଥିବା ସୂଚନା ଦେଲେ ସିଇଓ ।
ମୟୂରଭଞ୍ଜ-୬୬%, ବାଲେଶ୍ବର-୬୪%, ଭଦ୍ରକ-୬୮%, ଯାଜପୁର-୬୫, କେନ୍ଦ୍ରାପଡ଼ା- ୬୫%, ଜଗତସିଂହପୁର ୬୪% ମତଦାନ ହୋଇଥିବା ସୂଚନା । ମତଦାନ ହାର ଆହୁରି ବଢିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ