ETV Bharat / city

BJP ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ - ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ

ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ 65ତମ ମହାପ୍ରୟାଣ ବା ଶ୍ରାଦ୍ଧ ଦିବସ ଭାରତୀୟ ଜନତା ପାର୍ଟି(BJP) ରାଜ୍ୟ କାର୍ଯ୍ୟାଳୟଠାରେ ପାଳିତ । ଅଧିକ ପଢନ୍ତୁ

65th death anniversary of B. R. Ambedkar celebrated at odisha BJP state office
BJP ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ 65ତମ ଶ୍ରାଦ୍ଧ ଦିବସ ପାଳିତ
author img

By

Published : Dec 6, 2021, 8:46 PM IST

Updated : Dec 6, 2021, 9:08 PM IST

ଭୁବନେଶ୍ବର: ସମ୍ବିଧାନର ପ୍ରଣେତା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ 65ତମ ମହାପ୍ରୟାଣ ବା ଶ୍ରାଦ୍ଧ ଦିବସ ଭାରତୀୟ ଜନତା ପାର୍ଟି(BJP) ରାଜ୍ୟ କାର୍ଯ୍ୟାଳୟଠାରେ ପାଳିତ ହୋଇଛି । ବିଜେପି ପକ୍ଷରୁ ସମ୍ବିଧାନର ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

BJP ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ବହୁ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଛନ୍ତି । ଦଳିତ ଏବଂ ଉପେକ୍ଷିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆମ୍ବେଦକରଙ୍କ ଭୂମିକା ଚିର ସ୍ମରଣୀୟ ବୋଲି କହିଛି ବିଜେପି ।

ସେହିପରି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସଭାପତି ବିଭୁକିଶୋର ତରାଇ କହିଛନ୍ତି ଆମ୍ବେଦକରଙ୍କ ନୀତି ଆଦର୍ଶକୁ ପାଥେୟ କରି ମୋଦି ସରକାର ସବ୍‌କା ସାଥ୍‌ ସବକା ବିକାଶ ନୀତିରେ କାର୍ଯ୍ୟ କରୁଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Dec 6, 2021, 9:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.