ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ଯାହା ରାଜ୍ୟରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଟପିଛି । ଆଜି ପୁଣି ରାଜ୍ୟରେ 65 ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ 1481 ସୁସ୍ଥ ସଂଖ୍ୟା ପହଁଚିଛି।
ରାଜ୍ୟରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଆକ୍ରାନ୍ତ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା ବଢୁଛି । ଆଜି ପୁଣି ରାଜ୍ୟରେ 65 ଜଣ ସୁସ୍ଥ ହୋଇଛନ୍ତି । ଯାହା 1481 କୁ ସୁସ୍ଥଙ୍କ ସଂଖ୍ୟା ଛୁଇଁଛି।
ସୁସ୍ଥଙ୍କ ମଧ୍ୟରେ ଗଂଜାମର 14, ଜଗତସିଂହପୁର ଓ କେନ୍ଦ୍ରାପଡା ର 10, ଭଦ୍ରକରେ 8, କେନ୍ଦୁଝରରେ 7, ବଲାଙ୍ଗିରରେ 6, ଖୋର୍ଦ୍ଧାରେ 3, ବାଲେଶ୍ୱର ଓ ଯାଜପୁରରେ 2 ଜଣ, ଢେଙ୍କାନାଳ, ଝାରସୁଗୁଡା ଓ କନ୍ଧମାଳ ରେ 1 ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ