ETV Bharat / city

ଅକ୍ଟୋବର ସୁଦ୍ଧା ମିଶନ୍ ମୋଡରେ ୬ ହଜାର ପଦବୀ ହେବ ପୂରଣ: ଧର୍ମେନ୍ଦ୍ର ପ୍ରଧାନ - ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ କନଫରେସିଂ

46ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀକୁ ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରାଯିବ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ...

ଧର୍ମେନ୍ଦ୍ର ପ୍ରଧାନ
ମିଶନ୍ ମୋଡରେ ଅକ୍ଟୋବର ସୁଦ୍ଧା ୬ ହଜାର ପଦବୀ ପୂରଣ ହେବ: ଧର୍ମେନ୍ଦ୍ର ପ୍ରଧାନ
author img

By

Published : Sep 4, 2021, 7:28 AM IST

ଭୁବନେଶ୍ବର: 46ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀକୁ ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରାଯିବ । ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅକ୍ଟୋବର ଶେଷ ସୁଦ୍ଧା ୬ ହଜାର ପଦବୀକୁ ପୂରଣ କରିବା ପାଇଁ କୁଳପତିଙ୍କୁ ଆହ୍ୱାନ ଦିଆଯାଇଛି । ପଦବୀ ପୂରଣରେ SC, ST, OBC, ଆର୍ଥିକ ଅନଗ୍ରସର ଏବଂ ଦିବ୍ୟାଙ୍ଗ ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ। ଏକାଡେମିକ ବ୍ୟାଙ୍କ୍ ଅଫ କ୍ରେଡିଡ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ ।

  • Happy to hear out all the VCs on the best practices of their respective institutions and on several matters of importance, including filling up of general and reserved vacancies, education during Covid19, online learning and status of NEP implementation. pic.twitter.com/yS2QMWFe47

    — Dharmendra Pradhan (@dpradhanbjp) September 3, 2021 " class="align-text-top noRightClick twitterSection" data=" ">
ଦେଶବାସୀଙ୍କ ଆକାଂକ୍ଷା ଏବଂ ଜାତୀୟ ଲକ୍ଷ୍ୟ ହାସଲ କରିବା ଦିଗରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ସାମାଜିକ ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଚାବିକାଠି ପାଲଟିଛନ୍ତି । ବିଶ୍ଵବିଦ୍ୟାଳୟ ଗୁଡ଼ିକ ଭାରତର ସମୃଦ୍ଧ ଭାଷା ଏବଂ ସାଂସ୍କୃତିକ ଐତିହ୍ୟକୁ ଲୋକପ୍ରିୟ କରିବା ଏବଂ ଭାରତୀୟ ଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ଉଚିତ । ବିଶ୍ବବିଦ୍ୟାଳୟ ଗୁଡ଼ିକ ସୃଜନଶୀଳତା, ନବସୃଜନ ଏବଂ ସୁଯୋଗର ମୂଳଦୁଆ ।

ଭାରତକୁ ଶୀର୍ଷ ସ୍ଥାନକୁ ନେବା ପାଇଁ ଜାତୀୟ ଶିକ୍ଷା ନୀତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଭାରତର ଭାଗ୍ୟ ଭବିଷ୍ୟତକୁ ପରିବର୍ତ୍ତନ କରିବା ପାଇଁ ବିଶ୍ଵବିଦ୍ୟାଳୟ ଗୁଡ଼ିକ ଜାତୀୟ ଶିକ୍ଷା ନୀତିରେ ସେମାନଙ୍କର ଦାୟିତ୍ଵ ଗୁଡ଼ିକୁ ପୂରଣ କରିବେ । ଦେଶରେ ଉଚ୍ଚଶିକ୍ଷାକୁ ନୂଆ ଦିଗ ଦେବାରେ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସ୍ଥାନ ବଡ଼ ଭୂମିକା ଗ୍ରହଣ କରିଛି । କୁଳପତି ମାନେ ସେମାନଙ୍କ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସାଧାରଣ ଏବଂ ସଂରକ୍ଷିତ ପଦବୀ ପୂରଣ କରିବେ । କେନ୍ଦ୍ରିୟୀ ବିଶ୍ବବିଦ୍ୟାଳୟ ଉନ୍ନତି ପାଇଁ ଭିସି ଯୋଗେ ବିଭିନ୍ନ ବିଶ୍ବ ବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ ସେ କୂଳପତିଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।

କୋଭିଡ ମହାମାରୀ ସମୟରେ ଅନଲାଇନ ଶିକ୍ଷା ପଦ୍ଧତି, ରାଷ୍ଟ୍ରୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଭଳି ଅନେକ ସର୍ବୋତ୍କୃଷ୍ଟ ପଦକ୍ଷେପ ନିଆଯାଇଛି । ଏହାବ୍ୟତିତ IIT ସଂଚାଳନ ସମିତି ସହ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ଦେଶର ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଆୟୋଜିତ ‘ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ଭାରତର ସମସ୍ତ 23ଟି ଆଇଆଇଟିରେ ଆସନ୍ତା ନଭେମ୍ବର ଦ୍ଵିତୀୟ ସପ୍ତାହରେ 'ଗବେଷଣା ଏବଂ ବିକାଶ ମେଳା’ର ଆୟୋଜନ କରିବେ । ଏହି ମେଳା ଭାରତର ଶିଳ୍ପ ମଧ୍ୟରେ IITର କ୍ଷମତା ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ଉପରେ ସଚେତନ କରିବ। ଗବେଷଣା ଏବଂ ବିକାଶ ମେଳା ଜାତୀୟ ଶିକ୍ଷା ନୀତିରେ ଥିବା ପରିଜାତ ଅତ୍ୟାଧୁନିକ ଗବେଷଣା ପାଇଁ ଅନୁକୂଳ ବାତାବରଣ ତିଆରି କରିବ।"

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.