ETV Bharat / city

କୋରୋନା କାୟା, ଦିନକରେ ଆଖି ବୁଜିଲେ ଆଉ 6

author img

By

Published : Dec 6, 2020, 12:46 PM IST

କୋରୋନାରେ ଆଜି ରାଜ୍ୟରେ 6 ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ 1771ରେ ପହଞ୍ଚିଛି । ଅଧିକ ପଢନ୍ତୁ...

କୋରୋନାରେ ଆଖି ବୁଜିଲେ ଆଉ 6 ଜଣ
କୋରୋନାରେ ଆଖି ବୁଜିଲେ ଆଉ 6 ଜଣ

ଭୁବନେଶ୍ବର: ଆଜି ରାଜ୍ୟରେ କୋରୋନାରେ 6 ଜଣଙ୍କ ଜୀବନ ଯାଇଛି । ଏନେଇ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୭୭୧ରେ ପହଞ୍ଚିଛି ।

ତେବେ ଭୁବନେଶ୍ବରରୁ 2 ଜଣ କୋରୋନାରେ ପ୍ରାଣ ହରାଇଥିବା ବେଳେ ବଲାଙ୍ଗୀରରୁ ଜଣେ, ବାଲେଶ୍ବରରୁ ଜଣେ, କଳାହାଣ୍ଡି ଓ ନୂଆପଡାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ବଲାଙ୍ଗୀରରେ 47 ବର୍ଷିୟ ମହିଳା ଙ୍କ ଜୀବନ ଯାଇଛି । ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ବାଲେଶ୍ବରରେ 38 ବର୍ଷିୟ ପୁରୁଷଙ୍କ ପ୍ରାଣ ନେଇଛି କୋରୋନା । ସେହିପରି ଭୁବନେଶ୍ବରର 69 ଓ 65 ବର୍ଷିୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ଉଭୟେ ଡାଇବେଟିସରେ ଆକ୍ରାନ୍ତ ଥିଲେ । କଳାହାଣ୍ଡିରୁ 70 ବର୍ଷିୟ ପୁରୁଷ ଓ ନୂଆପଡାରୁ 45 ବର୍ଷିୟ ମହିଳାଙ୍କ କୋରୋନାରେ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.