ETV Bharat / city

ରାଜଧାନୀରେ ଭିନ୍ନ ଧରଣର ଗ୍ଯାଙ୍ଗ, ବୁଲେଟରେ ବୁଲି ବୋଲେରୋ ଲୁଟ - ବୁଲେଟରେ ବୁଲି ଲୁଟ

ରାଜଧାନୀରେ ଲୁଟେରାମାନେ ବୁଲେଟ ଗାଡ଼ିରେ ଆସି ବୋଲେରୋ ଲୁଟ କରିଥିବା ଖବର ସାମନାକୁ ଆସିଛି । ଅଧିକ ପଢନ୍ତୁ...

ରାଜଧାନୀରେ ଭିନ୍ନ ଧରଣର ଗ୍ଯାଙ୍ଗ, ବୁଲେଟରେ ବୁଲି ବୋଲେରୋ ଲୁଟ

author img

By

Published : Apr 3, 2021, 8:08 PM IST

Updated : Apr 3, 2021, 10:07 PM IST

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଭିନ୍ନ ଧରଣର ଲୁଟେରା ଗ୍ୟାଙ୍ଗ । ବୁଲେଟରେ ବୁଲି ବୁଲି କରୁଛନ୍ତି ବୋଲେରୋ ଗାଡି ଲୁଟ । ତେବେ ଏହାକୁ ନେଇ କମିଶନରେଟ ପୋଲିସ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ।

ରାଜଧାନୀରେ ଭିନ୍ନ ଧରଣର ଗ୍ଯାଙ୍ଗ, ବୁଲେଟରେ ବୁଲି ବୋଲେରୋ ଲୁଟ

ନୟାପଲ୍ଲୀ, ବରଗଡ ଓ ଲକ୍ଷ୍ମୀସାଗର ସମେତ ମଂଚେଶ୍ବର ଥାନା ଅଞ୍ଚଳରୁ ୬ଟି ବୋଲେରୋ ଲୁଟ ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ତେବେ 6 ଜଣ ଲୁଟେରା ବୁଲେଟରେ ଆସି ବୋଲେରୋ ଗାଡ଼ିର କାଚ ଭାଙ୍ଗି ମାଷ୍ଟର କି ବା ଚାବିରେ ଗାଡି ଲୁଟ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପାର୍କ ଓ ଘର ବାହାରେ ଥିବା ବୋଲେରୋଗୁଡିକ ଚୋରି ହୋଇଥିବା ଦେଖିବାକୁ ମିଳିଛି । ବୋଲେରୋ ଲୁଟ ଫଛରେ ବଡ ରାକେଟ କାମ କରୁଥିବା ଗାଡି ମାଲିକ ମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଏହି ଲୁଟକୁ ଗୁରୁତର ଭାବେ ନେଇଛି କମିଶନରେଟ ପୋଲିସ । ସିସିଟିଭି ଆଧାରରେ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଲୁଟ ପଛରେ ଏକ ଭିନ୍ନ ଧରଣର ଗ୍ୟାଙ୍ଗ ସକ୍ରିୟ ରହିଛନ୍ତି ବୋଲି ପୋଲିସ ସନ୍ଦେହ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Apr 3, 2021, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.