ETV Bharat / city

ରାଜଧାନୀରେ କୋରୋନା ଆତଙ୍କ, ଆଉ 52 କୋରୋନା ପଜିଟିଭ ରିପୋର୍ଟ - 52 କୋରୋନା ପଜିଟିଭ ରିପୋର୍ଟ

ସ୍ମାର୍ଟ ସିଟିରେ ବୃଦ୍ଧି ପାଉଛି କୋରୋନା ପଜିଟିଭ ସଂଖ୍ୟା। ସାରା ରାଜଧାନୀରେ କାୟା ମେଲେଇଛି କୋରୋନା । ଦିନ କୁ ଦିନ ଭୟଙ୍କର ରୁପ ନେଉଛି ସଂକ୍ରମଣ। ଯାହାକୁ ନେଇ ଚିନ୍ତାରେ ରାଜଧାନୀବାସୀ । ଅଧିକ ପଢନ୍ତୁ...

ରାଜଧାନୀରେ କୋରୋନା ଆତଙ୍କ, ଆଉ 52 କୋରୋନା ପଜିଟିଭ ରିପୋର୍ଟ

author img

By

Published : Jul 19, 2020, 3:28 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନ କୁ ଦିନ ବଢିବାରେ ଲାଗିଛି ସଂକ୍ରମଣ ସଂଖ୍ୟା। ହୋମ କ୍ଵାରେଣ୍ଟାଇନ କେନ୍ଦ୍ରରେ ଯେଉଁ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେତିକି ମଧ୍ୟ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେବେ ଏପରି ପରିସ୍ଥିତିରେ ଲାଗୁଛି ଯେପରି, ରାଜଧାନୀରେ ଗୋଷ୍ଠି ସଂକ୍ରମଣ ଆରମ୍ଭ ହୋଇଯାଇଛି । ଯାହା ସୂଚାଇ ଦେଉଛି କି ରାଜଧାନୀରେ ଅଧିକାଂଶ ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ତେବେ ଆଜି(ରବିବାର) ଭୁବନେଶ୍ୱରରେ ପୁଣି ଆଉ 52ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ 34 ଜଣ ହୋମକ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ, 18 ଜଣ ସ୍ଥାନୀୟ ସଂକ୍ରମଣ । ରାଜଧାନୀରେ ଏବେ ପ୍ରାୟ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ଅଧିକ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ଯାହା ବସ୍ତି ବାସିନ୍ଦାଙ୍କ ପାଇଁ ବିପଦ ସାଜିଛି।

ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ନୟାପଲ୍ଲି ବ୍ରିଟ କଲୋନୀ, ରସୁଲଗଡ, ଅଶୋକ ନଗର, ହଳଦୀପଡିଆ ବସ୍ତି, ଡୁମଡୁମା ଫେଜ-1, ୟୁନିଟ-8, ଡେଲଟା ଛକ, ଜାଗମରା, ଘାଟିକିଆ, 3ଟି ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଆଇଆରସି ଭିଲେଜ ଓ ରବିଟକିଜ, ଘରୋଇ ହସ୍ପିଟାଲର ଜଣେ ଛାତ୍ରୀ, ବଡଗଡ, ଶୈଳଶ୍ରୀ ବିହାର, ସମାନ୍ତରାପୁର ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି। ସେହିପରି 34 ଜଣ ହୋମ କ୍ଵାରେଣ୍ଟାଇନ କେନ୍ଦ୍ରରୁ , 8 ଜଣ ସହିଦନଗର ଅଞ୍ଚଳରୁ, 2 ଜଣ ନୟାପଲ୍ଲୀ ଗାନ୍ଧୀ ବସ୍ତିରୁ, 6 ଜଣ ଘରୋଇ ହସ୍ପିଟାଲର କର୍ମଚାରୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ 29 ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା 1182ରେ ପହଞ୍ଚିଥିବାବେଳେ, ସେଥିରୁ 523 ଜଣ ସୁସ୍ଥ ହୋଇଛନ୍ତି । 11 ଜଣ ମୃତ୍ୟୁ ଘଟିଥିବା ବେଳେ 646ଟି ମାମଲା ସକ୍ରିୟ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.