ETV Bharat / city

ଭୁବନେଶ୍ୱରରେ ଆଜି 52 ଆକ୍ରାନ୍ତ, 74 ସୁସ୍ଥ

ଭୁବନେଶ୍ବରରୁ ସୋମବାର ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର ପାର ହୋଇଛି। ଆଜି ଭୁବନେଶ୍ବରରେ 52 ଜଣ ଚିନ୍ହଟ ହୋଇଥିବା ବେଳେ 74 ଜଣ ସୁସ୍ଥ ହୋଇଛନ୍ତି। ଅଧିକ ପଢନ୍ତୁ..

author img

By

Published : Nov 16, 2020, 6:33 PM IST

ଭୁବନେଶ୍ୱରରେ ଆଜି 52 ଜଣ ଆକ୍ରାନ୍ତ, 74 ଜଣ ସୁସ୍ଥ

ଭୁବନେଶ୍ବର: ରାଜଧାନୀରେ ସୋମବାର ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର ପାର ହୋଇଛି। ଆଜି ଭୁବନେଶ୍ବରରେ 52 ଜଣ ଚିନ୍ହଟ ହୋଇଥିବା ବେଳେ 74 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 22 ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଲୋକାଲ କେସ 30 ରେ ପହଁଚିଛି।

ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି। ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 197 ଛୁଇଁଛି। ଏପଟେ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 179 ଜଣ ଚିନ୍ହଟ ହୋଇଛନ୍ତି। ହୋମ କ୍ଵରେଣ୍ଟାଇନରେ 22 ଜଣଙ୍କ ମଧ୍ୟରୁ 4 ଜଣ ବରମୁଣ୍ଡା, 2 ଜଣ ବିଜେବି ନଗର, 2 ଜଣ ଚକେଇସିଆଣି ଅଞ୍ଚଳର ଚିହ୍ନଟ ହୋଇଛନ୍ତି ।

ସେହିପରି 2 ଜଣ ଆଇଆରସି ଭିଲେଜ, 2 ଜଣ ନୀଳାଦ୍ରି ବିହାର, 2 ଜଣ ୟୁନିଟ 9 ଅଞ୍ଚଳରୁ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ 30 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣ କଳିଙ୍ଗ ନଗର, 2 ଜଣ ଚନ୍ଦ୍ରଶେଖରପୁର, 2 ଜଣ ସି ଆର ପି ଏଫ ଛକ, 2 ଜଣ ଓଲଡ଼ ଟାଉନରୁ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ 2 ଜଣ ଶୈଲେଶ୍ରୀ ବିହାର, 2 ଜଣ ବାଣୀ ବିହାର, 2 ଜଣ ୟୁନିଟ 9 ଅଂଚଳରୁ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି। ଏପଟେ ରାଜଧାନୀ ରେ ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 179 ଜଣ ଚିନ୍ହଟ ହୋଇଥିବା ବେଳେ 29 ହଜାର 294 ଜଣ ସୁସ୍ଥ ହୋଇଛନ୍ତି। ଏପଟେ 667 ଜଣ ସକ୍ରିୟ ରହିଥିବା ବେଳେ 197 ଜଣଙ୍କ ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.