ETV Bharat / city

ଚୋରା ସ୍ମାର୍ଟଫୋନର ହବ ରାଜଧାନୀ ! ରେଡ ବେଳେ ମିଳିଲା ୫୧ଟି ମୋବାଇଲ

ଟଙ୍କା ୫୦୦ରେ ମିଳୁଛି ଚୋରି ମୋବାଇଲ । ତାହା ପୁଣି ନାମି ଦାମି କମ୍ପାନିର । ଆଣ୍ଡ୍ରଏଡ ହେଉ ବା ଆଇଓଏସ ମୋବାଇଲ । ଚୋରି ମୋବାଇଲ ଫୋନର ହବ ଏବେ ପାଲଟିଛି ରାଜଧାନୀ ! ଅଧିକ ପଢନ୍ତୁ...

ଚୋରା ସ୍ମାର୍ଟଫୋନର ହବ ରାଜଧାନୀ, ରେଡ ବେଳେ ମିଳିଲା ୫୧ ଟି ମୋବାଇଲ

author img

By

Published : Oct 20, 2021, 10:36 PM IST

ଭୁବନେଶ୍ବର: ଟଙ୍କା ୫୦୦ରେ ମିଳୁଛି ଚୋରି ମୋବାଇଲ । ତାହା ପୁଣି ନାମି ଦାମି କମ୍ପାନିର । ଆଣ୍ଡ୍ରଏଡ ହେଉ ବା ଆଇଓଏସ ମୋବାଇଲ । ଚୋରି ମୋବାଇଲ ଫୋନର ହବ ଏବେ ପାଲଟିଛି ରାଜଧାନୀ । ଖଣ୍ଡଗିରି, ନୟାପଲ୍ଲୀ, କ୍ୟାପିଟାଲ, ଏୟାରପୋର୍ଟ ଥାନା ଅଞ୍ଚଳରେ ଏଭଳି ଛାଇଗଲେଣି ଚୋରି ସ୍ମାର୍ଟଫୋନର ଦୋକାନି ।

ଚୋରା ସ୍ମାର୍ଟଫୋନର ହବ ରାଜଧାନୀ, ରେଡ ବେଳେ ମିଳିଲା ୫୧ ଟି ମୋବାଇଲ

ଯେଉଁମାନଙ୍କ ପାଇଁ ସହରରେ ଏବେ ବଢୁଛି ଛିନତାଇ ଓ ଚୋରି ଭଳି କ୍ରାଇମ । କାରଣ ଚୋରା ସେଟ କିଣିବାକୁ ଏଠାରେ ଅଛନ୍ତି ଡିଲର, ଆଉ ବିକ୍ରି ପାଇଁ ଅଛନ୍ତି ସପ୍ଲାୟର । ଅର୍ଥାତ ଅପରାଧିକ କାର୍ଯକଳାପ ପାଇଁ ହେଉ ବା ଚୋରା ମୋବାଇଲ ହ୍ୟାଣ୍ଡସେଟ, ଏସବୁ ଚୋରି ଓ ଛିନତାଇ ସାମଗ୍ରୀ ବିକ୍ରି ପାଇଁ ପ୍ରଶୟ ଦେଉଛନ୍ତି କିଛି ଏଭଳି ଚୋରା କାରବାର କରୁଥିବା ଅପରାଧି । ନା ଏମାନଙ୍କ ଟେର ପାଉଛି ପୋଲିସ, ନାଏସବୁ ପଛର ମୁଖ୍ୟ କାର୍ପେଟଦାର ଡିଲର ଓ ସପ୍ଲାୟରଙ୍କ ପାଖରେ ପହଞ୍ଚି ପାରୁଛି ସ୍ପେଶାଲ ସ୍କ୍ବାଡ ଓ କୁଇକାକ୍ସନ ଟିମ। ଯାହାର କାରଣରୁ ଛୋଟ ଛୋଟ ଛିନତାଇ ଓ ଚୋରି କରୁଥିବା ମୋବାଇଲ ଚୋରଙ୍କ ପ୍ରାଦୁର୍ଭାବ ବଢୁଛି।

ପ୍ରତ୍ୟକ ଥାନା ଅଞ୍ଚଳରେ ନିତିଦିନ ଏଭଳି ଚୋରି ଓ ଛିନତାଇର ରିପୋର୍ଟ ହେଉଛି। ଲୋକଙ୍କ ମୋବାଇଲରେ କାହାର ଫଟୋ ଓ ଭିଡିଓ ଏମାନଙ୍କ ପାଇଁ ଭାଇରାଲ ହେଉଛି। କାହାର ଡକ୍ୟୁମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ଲିକ ହେଉଛି। କଣ୍ଟାକ୍ଟ ଡିଟେଲ ଠାରୁ ଆରମ୍ଭ କରି ଦିନକୁ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କାର ମୋବାଇଲ ଚୋରି ରିପୋର୍ଟ ହେଉଛି। ଯାହା ସାଇବର କ୍ରାଇମ ଭଳି ଏକ ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି ରାଜଧାନୀରେ।

କେବଳ କିଛି ଛୋଟଛୋଟ ଅପରାଧି ଧରି, ମୋବାଇଲ ଫୋନ ସିଜ କରି ବାଃ ବାଃ ନେଉଛି ପୋଲିସ । ଫଳରେ ଏସବୁ କ୍ରାଇମ ପାଇଁ ପ୍ରଶୟ ଦେଉଥିବା ଅପରାଧି ବଡବଡ ମଲ ଓ ବଡ ଆଇଟି ସପ ଦୋକାନ ଖୋଲି ଏଭଳି ଖୁଲମ ଖୁଲା ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ସପ, ଡିଲ ଓ ସପ୍ଲାୟକୁ ପ୍ରଶ୍ରୟ ଦେଇ ସହରର ଅପରାଧକୁ ବିଗାଡିବାରେ ସହଯୋଗ କରୁଛନ୍ତି ।

ତେବେ ବୁଧବାର ଖଣ୍ଡଗିରି ଥାନା ପୋଲିସ ୩ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୫୧ଟି ମୋବାଇଲ ଫୋନ ସିଜ କରିଛି । ମୋବାଇଲ ଫୋନ ରିକଭରି କରିବାକୁ ପୋଲିସକୁ ପାଖାପାଖି ୧୦ ଦିନ ଲାଗିଛି। ଏସବୁ ରିକଭରି ବେଳେ ପୋଲିସ ଏପରି କିଛି ନେଟଓର୍କର ସୁରାକ ପାଇଛି । ଯେଉଁମାନେ ଏଭଳି ମୋବାଇଲର ଚୋରା ମାର୍କେଟ ଭୁବନେଶ୍ଵରରେ ଚଲାଇଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.