ଭୁବନେଶ୍ବର: କୋରୋନା କାଳରେ ବିଦ୍ୟାଳୟରେ ପାଠପଢା ବନ୍ଦ। ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ଓଡିଶା ସରକାର ପିଲାଙ୍କୁ ସ୍କୁଲ ଯିବାକୁ ପୁଣି ବାରଣ କରିଛନ୍ତି। ହେଲେ ଏହି ପ୍ରକ୍ରିୟାରୁ ଶିକ୍ଷକ ମାନେ ବାଦ ପଡିବେ। ବର୍ତ୍ତମାନ ଆସିଥିବା ନୂଆ ଗାଇଡଲାଇନ ଅନୁସାରେ ମହାମାରୀରେ ସ୍କୁଲକୁ ଯିବେ ଅଧା କର୍ମଚାରୀ ।
ସ୍କୁଲରେ ପଚାଶ ପ୍ରତିଶତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବା ସହ ଡ୍ୟୁଟିଚାର୍ଟ ପ୍ରସ୍ତୁତ କରାଯିବ। ନାମଲେଖା, ବହି ବଣ୍ଟନ କାମରେ ନିୟୋଜିତ ହେବେ ଶିକ୍ଷକ ଓ ଅଣଶିକ୍ଷକ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ତଦାରଖ ମଧ୍ୟ କରିବେ।
ଏହାସହ ଯେଉଁ ଅଞ୍ଚଳରେ କାମ କରୁଥିବେ ସେହି ଅଞ୍ଚଳକୁ ଛାଡିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ। ଅତି ଜରୁରୀ ହେଲେ ପ୍ରଧାନ ଶିକ୍ଷକ, ଡିଇଓ , ବିଇଓଙ୍କ ଜରିଆରେ ଅନୁମତି ନେବାକୁ ପଡିବ।
ଭୁବନେଶ୍ବରରୁ ବିକାଶ ଦାସ , ଇଟିଭି ଭାରତ