ETV Bharat / city

ନେପାଳରେ ଫସିଛନ୍ତି 50 ଓଡିଆ ଦାଦନ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କୋରୋନା ଲକଡାଉନ ପାଇଁ ନେପାଳରେ ଫସିଛନ୍ତି 50 ଜଣ ଓଡିଆ ଦାଦନ ଶ୍ରମିକ । ଉଦ୍ଧାର ପାଇଁ ସେମାନେ ମୁଖ୍ୟମନ୍ତୀଙ୍କୁ ନିବେଦନ କରିଛନ୍ତି । ଅଧିକ ସୂଚନା ପାଇଁ ପଢନ୍ତୁ ...

50 Oriyas trapped in Nepal
ନେପାଳରେ ଫସିଛନ୍ତି 50 ଓଡିଆ ଦାଦ
author img

By

Published : Mar 29, 2020, 1:47 PM IST

ଭୁବନେଶ୍ବର: କୋରୋନା ଯୋଗୁଁ ନେପାଳରେ ଫସିଛନ୍ତି 50 ଓଡିଆ ଦାଦନ ଶ୍ରମିକ । ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ । ସୂଚନା ମୁତାବକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବେଣ୍ଟପାଳ ଗ୍ରାମର 50 ଦାଦନ ଶ୍ରମିକ ନେପାଳରେ ଫସିଥିବା ଜଣାପଡିଛି । କୋରୋନା ପାଇଁ ବିଭିନ୍ନ ଦେଶରେ ସରକାର ଘରୁ ନ ବାହାରିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ଆମ ଦେଶରେ ମଧ୍ୟ ଏହା ଲାଗୁ କରାଯାଇଛି । ତେବେ ଏଥିପାଇଁ ସାଧାରଣ ଲୋକ ଠାରୁ ଆରମ୍ଭ କରି ଦାଦନ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ଏଭଳି ଚିତ୍ର ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଦେଖିବାକୁ ମିଳୁଛି ।

ନେପାଳରେ ଫସିଛନ୍ତି 50 ଓଡିଆ ଦାଦ

ଏଭଳି ଏକ ଖବର ଆସିଛି ନେପାଳରୁ । ସେଠାରେ ଦାଦନ ଭାବେ କାମ କରିବାକୁ ଯାଇଥିବା ଓଡିଶାର 50 ଦାଦନ ଶ୍ରମିକ କୋରୋନା ଲକଡାଉନ ଯୋଗୁଁ ଫସିଯାଇଛନ୍ତି । ଯାହାଫଳରେ ସେମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉଦ୍ଧାର ପାଇଁ ସେମାନେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିଡିଓ ମାଧ୍ୟମରେ ସାହାଯ୍ୟ ଭିକ୍ଷା କରିଛନ୍ତି । ସୂଚନାଯୋଗ୍ୟ କି ସେମାନେ ସମସ୍ତେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବେଣ୍ଟପାଳ ଗ୍ରାମର ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.