ETV Bharat / city

ବଡ ଖବର: ରାଜ୍ୟରେ ୫୦ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ - h & fw

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ଲୋକ ନେଇଛନ୍ତି ଦ୍ବିତୀୟ ଡୋଜ ଟିକା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ରାଜ୍ୟରେ ୫୦ ଲକ୍ଷ ଲୋକ ନେଇଛନ୍ତି ଦ୍ବିତୀୟ ଡୋଜ

author img

By

Published : Aug 25, 2021, 9:45 PM IST

Updated : Aug 25, 2021, 9:57 PM IST

ଭୁବନେଶ୍ବର: କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ତେଣୁ ରାଜ୍ୟରେ ଟୀକାକରଣକୁ ଜୋରଦାର କରୁଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଲୋକ ପ୍ରଥମ ଡୋଜ ନେଇ ସାରିଛନ୍ତି । ସେହିପରି ଏଯାବତ୍ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଥିବା ବୁଧବାର ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

କୋଭିଡ ବିରୋଧୀ ଲଢେଇରେ ଟୀକାକରଣ ମୁଖ୍ୟ ଅସ୍ତ୍ର ରୂପେ କାର୍ଯ୍ୟ କରୁଛି । ଲୋକେ ମଧ୍ୟ ଟୀକାକରଣ ଡ୍ରାଇଭରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇଁ କୃତଜ୍ଞତା ଜଣାଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ବଳବତ୍ତର ରହିଛି । ସମସ୍ତ ଲୋକଙ୍କୁ ଟୀକାକରଣରେ ସାମିଲ କରି କୋଭିଡକୁ ସଫଳତାର ସହ ମୁକାବିଲା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ଠାରୁ ଆରମ୍ଭ କରି ଗର୍ଭବତୀଙ୍କ ଟୀକାକରଣ କରାଯାଉଥିବାବେଳେ କେନ୍ଦ୍ରର ଗାଇଡଲାଇନ ଆସିଲେ ୧୨ ବର୍ଷରୁ ଉର୍ଦ୍ଧ୍ବ ପିଲାଙ୍କ ଟୀକାକରଣ ଆରମ୍ଭ କରିବାକୁ ରାଜ୍ୟ ପ୍ରସ୍ତୁତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2021, 9:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.