ଭୁବନେଶ୍ବର: ରାଜଧାନୀରେ ଦୀପାବଳି ସେଲିବ୍ରେସନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟି 50ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଆହତ ମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଜଣଙ୍କ ଆଖିରେ ବାଣ ପଡିଯିବାରୁ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଜଣେ 5 ବର୍ଷର ଶିଶୁ ବାଣ ଫୁଟାଇ ଗୁରୁତର ଆହତ ହୋଇଛି । ସମସ୍ତଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଥିବା ସୂଚନା ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ