ETV Bharat / city

ଭୁବନେଶ୍ୱରରେ ପୁଣି 5 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ 146

ଗତ 24ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ 146 ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

5 New corona positive identified in bhubaneswar, 146 recoverd all over state
ଭୁବନେଶ୍ୱରରେ ପୁଣି 5 ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସୁସ୍ଥ ହେଲେ 146 ଆକ୍ରାନ୍ତ
author img

By

Published : Jun 15, 2020, 4:38 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ 146 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ମୋଟ ସୁସ୍ଥ ସଂଖ୍ୟା 2854କୁ ବୃଦ୍ଧି ପାଇଛି । ତେବେ ଆକ୍ରାନ୍ତଙ୍କ ତୁଳନାରେ ରାଜ୍ୟରେ ସୁସ୍ଥତା ହାର ବୃଦ୍ଧି ପାଉଛି । ଯାହା ଏକ ଆଶ୍ବସ୍ତିକର ଖବର ।

5 New corona positive identified in bhubaneswar, 146 recoverd all over state
ଭୁବନେଶ୍ୱରରେ ପୁଣି 5 ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସୁସ୍ଥ ହେଲେ 146 ଆକ୍ରାନ୍ତ

ସୁସ୍ଥ 146 ଜଣଙ୍କ ମଧ୍ୟରୁ କଟକର 26 ଜଣ, ଖୋର୍ଦ୍ଧାର 23ଜଣ, ଗଞ୍ଜାମର 18ଜଣ, ମୟୂରଭଞ୍ଜର 13ଜଣ, ଗଜପତିର 12 ଜଣ, ଭଦ୍ରକର 11 ଜଣ, ବଲାଙ୍ଗୀରର 11 ଜଣ, କନ୍ଧମାଳ, କୋରାପୁଟ ଓ ରାୟଗଡାରେ 5 ଜଣ, କଳାହାଣ୍ଡିର 4 ଜଣ, ନୟାଗଡର 3 ଜଣ, ଯାଜପୁରର 3 ଜଣ, ଢେଙ୍କାନାଳ, ନୂଆପଡା, ପୁରୀର 2 ଜଣ ଲେଖାଏଁ ଏବଂ ଜଗତସିଂହପୁରର ଜଣେ ଅଛନ୍ତି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ଗତ 24 ଘଣ୍ଟା ମଧ୍ୟରେ 5 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେଥିମଧ୍ୟରୁ 3 ଜଣ ପୁରୁଷ ଓ 2 ଜଣ ମହିଳା ଅଛନ୍ତି । ପୁରୁଷ 3 ଜଣ ବାହାରୁ ଫେରି ଘରୋଇ ସଙ୍ଗରୋଧର ଥିବାବେଳେ 2 ଜଣ ସ୍ଥାନୀୟ ଅଞ୍ଚଳ ବୋଲି ଜଣାପଡିଛି । ଚିନ୍ତାମଣିଶ୍ବରରୁ ଚିହ୍ନଟ 31 ବର୍ଷୀୟ ବ୍ୟକ୍ତି ନିକଟରେ ଦିଲ୍ଲୀରୁ ଫେରିଥିବା ବେଳେ ପଟିଆରୁ ଚିହ୍ନଟ 41 ବର୍ଷୀୟ ବ୍ୟକ୍ତି ସାଉଦି ଆରବରୁ ଫେରିଥିଲେ । ଖଣ୍ଡଗିରିର କୋଳଥିଆରୁ ଚିହ୍ନଟ 26 ବର୍ଷୀୟ ଯୁବକ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି । ସେହିପରି ନୟାପଲ୍ଲୀ ବେହେରାସାହିର 37 ବର୍ଷୀୟ ମହିଳା ଏବଂ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ 28 ବର୍ଷୀୟ ମହିଳା 2 ଜଣ ସ୍ଥାନୀୟ ଅଞ୍ଚଳର ଥିବା ବେଳେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂତନ 5 ଜଣ ଆକ୍ରାନ୍ତଙ୍କ ସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 127 ରହିଛି । ସେହିପରି ସୁସ୍ଥ ସଂଖ୍ୟା 71 ଓ 52ଟି ମାମଲା ଏବେ ବି ସକ୍ରିୟ ରହିଛି । ସେହିପରି 3 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥତା ସଂଖ୍ୟାରେ ବୃଦ୍ଧି ସମସ୍ତ କୋଭିଡ଼ ଡାକ୍ତରଖାନା, ଡାକ୍ତର, ନର୍ସ, ପରାମେଡିସ୍କି, ଏନଏମ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଶିକ୍ଷକ ସରପଞ୍ଚ, ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ସମ୍ଭବ ହୋଇପାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.