ଭୁବନେଶ୍ବର: ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ଶୁକ୍ରବାର 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ପୁଣି 5 ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 61କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରେ ଗଞ୍ଜାମର ଦୁଇଜଣ ପୁରୁଷ, କଟକର ଜଣେ ପୁରୁଷ, ଭୁବନେଶ୍ବରର ଜଣେ ମହିଳା ଓ ପୁରୀର ଜଣେ ପୁରୁଷ ରହିଛନ୍ତି । ତେବେ ଗଞ୍ଜାମର ମୃତକଙ୍କ ମଧ୍ୟରେ ଜଣଙ୍କୁ 72 ଓ ଅନ୍ୟ ଜଣଙ୍କୁ 55 ବର୍ଷ ହୋଇଥିବା ସୂଚନା । ସେହିପରି ଭୁବନେଶ୍ବରର ମହିଳାଙ୍କୁ 56 ବର୍ଷ ହୋଇଥିବାବେଳେ କଟକର ପୁରୁଷଙ୍କୁ 46 ବର୍ଷ ଓ ପୁରୀର ମୃତକଙ୍କୁ 70 ବର୍ଷ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଗଞ୍ଜାମରେ 2 ନୂଆ ମୃତକଙ୍କୁ ମିଶାଇ ସମୁଦାୟ ମୃତକଙ୍କ ସଂଖ୍ୟା 36 ଛୁଇଁଥିବାବେଳେ ଖୋର୍ଦ୍ଧାରେ 9, କଟକରେ 6, ପୁରୀରେ 2, ବରଗଡରେ ଜଣେ, ଯାଜପୁରରେ ଜଣେ, ଗଜପତିରେ ଜଣେ, ଅନୁଗୋଳରେ ଜଣେ, ସୁନ୍ଦରଗଡରେ ଜଣେ, ରାୟଗଡାରେ ଜଣେ, କେନ୍ଦ୍ରାପଡାରେ ଜଣେ ଓ ଭଦ୍ରକରେ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ