ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ତହସିଲରେ ହୋଇଛି ବ୍ୟାପକ ଜମି ଜାଲିଆତି । ଏଭଳି ଖବର ଆସିଛି ଅଣ୍ଡିଲୋ ଗାଁରୁ । ଏହି ଜାଲିଆତିରେ ହାତେ କି ଦୁଇ ହାତେ ନୁହେଁ, ଗୁଣ୍ଠେ କି ଏକର ନୁହେଁ, ପୁରା ୫ ଏକର ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାମରେ ପଟା କରି ନେଇଛି ଜଣେ ସ୍ଥାନୀୟ ବାସିନ୍ଦା ।
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ତହସିଲ, ମୌଜା ଅଣ୍ଡିଲୋ, ଖାତା ନଂ- ୬୨୧, ପ୍ଲଟ ନଂ -୪୮୦, ୬୧୮, ୬୩୦, ୨୮୬/୨୬୬୧, ୧୩୦୪, ୧୨୭୦, ୧୨୭୩, ୧୨୩୧ ପ୍ଲଟକୁ ଯେ କେବଳ ବିଭିନ୍ନ ଜମି ମାଫିଆଙ୍କ ନାମରେ କରିଛନ୍ତି ତାହା ନୁହଁ ତାଙ୍କୁ ଓଏଲଆର ୮(A)ରେ କନଭର୍ଶନ ମଧ୍ୟ କରିଛନ୍ତି ।
ଚଞ୍ଚକତା କରି ହଡପ କରି ନେଇଛନ୍ତି ଏକର ଏକର ସରକାରୀ ଅନାବାଦୀ ଜମି । ସେହି ବ୍ୟକ୍ତି ଜଣକ ହେଉଛନ୍ତି ଅଣ୍ଡିଲୋ ଗାଁର ସନ୍ତୋଷ ସାହୁ । ଅନ୍ୟପକ୍ଷେ ଉପଜିଲ୍ଲାପାଳ ଦେବବ୍ରତ ସାହୁ ଏହି ଘଟଣାକୁ ଏକ ସଙ୍ଗୀନ ଘଟଣା ବୋଲି କହିଛନ୍ତି । ବର୍ତ୍ତମାନ ଜିଲ୍ଳାପାଳଙ୍କ ନଜରକୁ ଏହି ଘଟଣା ଆସିଛି । ତେବେ ସରକାରୀ ଜମି କାହାରି ନାମରେ ହୋଇପାରିବ ନାହିଁ ବୋଲି ଯେଉଁ ନିୟମ ଅଛି, ଜମି ଜାଲିଆତିର ତଦନ୍ତ ମଧ୍ୟ ଚାଲିଛି, କରୋନା କାରଣରୁ ତଦନ୍ତ ସିଥିଳ ହୋଇଥିଲା ଆଗକୁ ଏହା ତୀବ୍ରତର ହେବ ।
ସରକାରୀ ନିୟମର ଉଲ୍ଲଙ୍ଘନ ହୋଇଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଭୁବନେଶ୍ବରରୁ କିଛି ମାଇଲ ଦୂରରେ ଥିବା ବାଲିଅନ୍ତା ବ୍ଲକରେ ଏଭଳି ବଡ ଧରଣର ଜମି ଜାଲିଆତି, ବିଶେଷକରି ରାଜ୍ୟ ସରକାରଙ୍କ ପକ୍ଷରୁ ୫ଟି ପ୍ରଚଳନ ହେବା ଏବଂ ୫ ଟି କାଳରେ ଏତେ ବଡ ଜମି ଠକେଇ ସରକାରଙ୍କ ସ୍ବଚ୍ଛତା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ