ETV Bharat / city

ରାଜ୍ୟର 3933 ଗାଁରେ ଉପଲବ୍ଧ ହେବ 4G ମୋବାଇଲ ସେବା - ଆକାଂକ୍ଷା ଜିଲ୍ଲାରେ 4G ମୋବାଇଲ ସେବା

ଓଡିଶାର ଆକାଂକ୍ଷା ଜିଲ୍ଲାର 3933 ଗାଁରେ ୪ଜି ମୋବାଇଲ ସେବା ହେବ ଉପଲବ୍ଧ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ରାଜ୍ୟର ଆକାଂକ୍ଷା ଜିଲ୍ଲାର 3933 ଗାଁରେ ଉପଲବ୍ଧ ହେବ 4G ମୋବାଇଲ ସେବା

author img

By

Published : Nov 18, 2021, 6:33 AM IST

ଭୁବନେଶ୍ବର: ଓଡିଶାର ଆକାଂକ୍ଷା ଜିଲ୍ଲାର 3933 ଗାଁରେ ୪ଜି ମୋବାଇଲ ସେବା ମିଳିବ। ପ୍ରାୟ 6,466 କୋଟି ବ୍ୟୟରେ ୫ଟି ରାଜ୍ୟର 44 ଆକାଂକ୍ଷୀ ଜିଲ୍ଲାର 7,287 ଗ୍ରାମରେ 4ଜି ମୋବାଇଲ ସେବା ଉପଲବ୍ଧ ହେବ। ଡ଼ିଜିଟାଲ ସେବାକୁ ଗୁରୁତ୍ୱ ଦେବା ସହ ଶିକ୍ଷାନୁଷ୍ଠାନ ପାଇଁ ସହାୟକ ହେବ।

ଓଡ଼ିଶା ସମେତ ଦେଶର 5ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ 4ଜି ମୋବାଇଲ ସେବା ଉପଲବ୍ଧ କରିବା ପାଇଁ ୟୁନିଭର୍ସାଲ ସର୍ଭିସ ଓବଲିଗେସନ ଫଣ୍ଡ୍ (USOF) ଅଧୀନରେ 6,466 କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ଏହି ନିଷ୍ପତ୍ତି ଦ୍ଵାରା ଓଡିଶାର ଆକାଂକ୍ଷା ଜିଲ୍ଲାର 3,933 ଗ୍ରାମରେ 4ଜି ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଧର୍ମେନ୍ଦ୍ର ଟ୍ଵିଟ୍ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟ୍ଵିଟ୍ କରିଛନ୍ତି ଯେ ଏହା ଏକ ଜନ କଲ୍ୟାଣକାରୀ ପଦକ୍ଷେପ । ଓଡ଼ିଶା ସମେତ 5ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ମୋଟ 44 ଆକାଂକ୍ଷା ଜିଲ୍ଲା ଗୁଡିକର ଗ୍ରାମଗୁଡିକ 4ଜି ମୋବାଇଲ ସେବା ଦ୍ଵାରା ଉପକୃତ ହେବେ । 4ଜି ସେବା ଯୋଗାଇ ଦେବା ପାଇଁ ୟୁଏସଓ ଏଫ୍ ଯୋଜନାରେ 6466 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ଏହି ନିଷ୍ପତ୍ତି 5ଟି ରାଜ୍ୟର ଆକାଂକ୍ଷା ଜିଲ୍ଲା ଗୁଡ଼ିକରେ 4ଜି ସେବା ଉପଲବ୍ଧ ନଥିବା 7287 ଗ୍ରାମରେ ଡ଼ିଜିଟାଲ ସେବାକୁ ଗତି ଦେବା ସହ ବିକାଶମୂଳକ କାର୍ଯ୍ୟକୁ ସହଯୋଗ କରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ କରିବା ସଙ୍ଗେସଙ୍ଗେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଇଣ୍ଟରନେଟ ସୁବିଧା ପ୍ରଦାନ କରିବାରେ ସହାୟକ ହେବ। ଏହାବ୍ୟତୀତ କେବଳ ଓଡ଼ିଶାର 10ଟି ଆକାଂକ୍ଷା ଜିଲ୍ଲାର 3,933 ଗ୍ରାମରେ ହାଇସ୍ପିଡ୍ ମୋବାଇଲ୍ ଏବଂ ଇଣ୍ଟରନେଟର ସଂଯୋଗୀକରଣ ହେବ । ଏହି ନିଷ୍ପତ୍ତି ଡିଜିଟାଲ ଇଣ୍ଡିଆ ଏବଂ ଡିଜିଟାଲ ସଂଯୋଗୀକରଣର କଳ୍ପନାକୁ ପୂରଣ କରିବାରେ ସହାୟକ ହେବ । ନିଯୁକ୍ତି ସୁଯୋଗର ଉପଲବ୍ଧତା ବଢିବ ଓ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ଵିଟ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.