ଭୁବନେଶ୍ବର: ରାଜ୍ୟରେ ୪୮ଟି ପଞ୍ଜିକୃତ Web Channel ରହିଛି । ଯାହା ସୂଚନା ଓ ଲୋକସମ୍ପର୍କ ବିଭାଗ ନିକଟରେ ପଞ୍ଜିକୃତ ହୋଇଛି । ବିଧାୟକ ଅଙ୍ଗଦ କହଁରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କାମ କରୁଥିବା Web Channel ଗୁଡିକୁ empanelment କରିବା ପାଇଁ ରାଜ୍ୟ ସରକାର ଏକ Web Media Policy କାର୍ଯ୍ୟକାରୀ କରିଛନ୍ତି । ଏହି Policy ଅନୁସାରେ ରାଜ୍ୟରେ ୪୮ ଗୋଟି Web Channel ପଞ୍ଜିକୃତ ହୋଇଛନ୍ତି । ଯେଉଁ ଖବର କାଗଜ ଗୁଡିକ ( I & PR ) Approval ହୋଇଛନ୍ତି ସେମାନଙ୍କ ନାମରେ ଖୋଲିଥିବା ୱେବ ଚ୍ୟାନେଲ ଗୁଡିକ ମଧ୍ୟ ଏହି ନୀତି ଅନୁଯାୟୀ empanel ହୋଇପାରିବେ ।
ଇଟିଭି ଭାରତ, ଭୁବନେଶ୍ବର