ETV Bharat / city

ରାଜ୍ୟରେ ଆଜି 457 ଆକ୍ରାନ୍ତ ସୁସ୍ଥ, 12 ହଜାର ପାର ସୁସ୍ଥ ହାର

ସୋମବାର ରାଜ୍ୟରେ 457 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର । ରାଜ୍ୟରେ 12 ହଜାର ସୁସ୍ଥ ସଂଖ୍ୟା ଛିଉଁଛି । ଯାହା ନୂଆ ରେକର୍ଡ ସୃଷ୍ଟି ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jul 20, 2020, 8:09 PM IST

ରାଜ୍ୟରେ ଆଜି 457 ଆକ୍ରାନ୍ତ ସୁସ୍ଥ
ରାଜ୍ୟରେ ଆଜି 457 ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟରେ କୋରୋନା କାୟା ବିସ୍ତାର କରି ଚାଲିଛି । କିଛି ଦିନ ମଧ୍ୟରେ ରାଜ୍ୟରେରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏବେ ରାଜ୍ୟରେ 27 ଟି ଜିଲ୍ଲାରେ 457 ଜଣ ସୁସ୍ଥ ହୋଇଛନ୍ତି । ଏହାସହ ରାଜ୍ୟରେ 12 ହଜାରରେ ପହଞ୍ଚିଛି ସୁସ୍ଥ ହାର ।

ଗଞ୍ଜାମରେ 118 ସୁସ୍ଥ ହୋଇଥିବା ବେଳେ ନୟାଗଡରେ 53, କଟକରେ 44, ସୁନ୍ଦରଗଡରେ 38, ଖୋର୍ଦ୍ଧାରେ 32, ଗଜପତିରେ 22, ଯାଜପୁରରେ 20, ନୂଆପଡାରେ 18, ବାଲେଶ୍ୱରରେ 17, ମୟୂରଭଞ୍ଜରେ 15, ଅନୁଗୋଳ ଓ କୋରାପୁଟରେ 11 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମାଲକାନଗିରି ଓ କେନ୍ଦ୍ରାପଡାରେ 9 ଜଣ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରେ 7, ଝାରସୁଗୁଡାରେ 6, ବୌଦ୍ଧରେ 5, ଦେଓଗଡରେ 4, ବରଗଡ, ନବରଙ୍ଗପୁର, ସମ୍ବଲପୁରରେ 3 ଲେଖାଏଁ, ବଲାଙ୍ଗୀର ରାୟଗଡା ପୁରୀରେ 2 ଲେଖାଏଁ ସୁସ୍ଥ ହୋଇଛନ୍ତି ।

ସେପଟେ ଭଦ୍ରକ, ଜଗତସିଂହପୁର ଓ ଢେଙ୍କାନାଳରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସୁସ୍ଥ ସଂଖ୍ୟା 12909 ରେ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.