ଭୁବନେଶ୍ବର: ମହାମାରୀ କୋରୋନାକୁ ମାତ୍ ଦେଇ 440 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ 20 ଟି ଜିଲ୍ଲାରୁ ଆଜି(ଗୁରୁବାର) 440 ଆକ୍ରାନ୍ତ କୋରୋନା କବଳରୁ ମୁକ୍ତ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ।
ରାଜ୍ୟରେ କୋରୋନା କାୟା ବିସ୍ତାର କରିଚାଲିଛି । କିଛିଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ 440 ଜଣ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମରୁ 68 ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ 83, ବାଲେଶ୍ବରରୁ 49, ମାଲକାନଗିରିରୁ 40, ଜଗତସିଂହପୁରରୁ 23, ଭଦ୍ରକରୁ 21, ମୟୁରଭଞ୍ଜରୁ 20, କୋରାପୁଟରୁ 18, ପୁରୀରୁ 17, ଝାରସୁଗୁଡାରୁ 12, କେନ୍ଦୁଝରରୁ 12, ନବରଙ୍ଗପୁରରୁ 12, କଟକରୁ 11 ଜଣ ସୁସ୍ଥ ହୋଇଛନ୍ତି ।
ସେହିଭଳି ବରଗଡରୁ10, ଯାଜପୁର, ଅନୁଗୁଳରୁ 9 ଜଣ, କେନ୍ଦ୍ରାପଡା ଓ ସୁନ୍ଦରଗଡରୁ 6, ବଲାଙ୍ଗୀର ଓ ସମ୍ବଲପୁରରୁ 5 ଓ ନୟାଗଡରୁ 4 ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 13,749କୁ ବୃଦ୍ଧି ପାଇଛି ।
ଭୁବନେଶ୍ବରୁ ବିକାଶ କୁମାର ଦାସ, ଇଟିଭି ଭାରତ