ଭୁବନେଶ୍ବର:ରାଜ୍ୟରେ ଧିର ଧିରେ ହ୍ରାସ ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ଦୈନିକ ଆସୁଛି 500ରୁ କମ ସଂକ୍ରମଣ ରିପୋର୍ଟ । ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 407 ନୂଆ କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଯେଉଁଥିରେ କ୍ବାରେଣ୍ଟାଇନ ସେଣ୍ଟରରୁ 236 ଜଣ ଚିହ୍ନଟ ହୋଇଥିବାବେଳେ, ସ୍ଥାନୀୟ ସଂକ୍ରମଣ 171 ରହିଛି।
ତେବେ ବୁଧବାର ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା 3 ଲକ୍ଷ 24 ହଜାର 796କୁ ବୃଦ୍ଧି ପାଇଛି। ସେଥିରୁ 3 ଲକ୍ଷ 19 ହଜାର 850 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 3 ହଜାର 73 ଜଣ ଚିକିତ୍ସାଧୀନ ଅଛନ୍ତି ।
ତେବେ ସଦ୍ୟ ଚିହ୍ନଟ ହୋଇଥିବା 30ଟି ଜିଲ୍ଲାରୁ ସର୍ବାଧିକ ସୁନ୍ଦରଗଡରେ 62 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ଏହାପରେ ଅନୁଗୋଳରୁ 60, ବାଲେଶ୍ବରରୁ 14, ବରଗଡ 17, ଭଦ୍ରକ 4, ବଲାଙ୍ଗୀର 20, ନୂଆପଡା 8, ପୁରୀ 18, ସମ୍ବଲପୁର 26, ବୌଦ୍ଧରୁ ଜଣେ, କଟକରୁ 25, ଢେଙ୍କାନାଳରୁ 2, ଗଜପତି 6, ଗଞ୍ଜାମ 7,ଜଗତସିଂହପୁର 6, ଯାଜପୁର 8, ଝାରସୁଗୁଡା 7, କଲାହାଣ୍ଡି 6, କନ୍ଧମାଳରୁ ଜଣେ, କେନ୍ଦ୍ରାପଡାରୁ 9, କେନ୍ଦୁଝର 6, ଖୋର୍ଦ୍ଧା 46, କୋରାପୁଟ 7, ମାଲକାନଗିରି 4, ମୟୂରଭଞ୍ଜ 24, ନୟାଗଡରୁ 2 ଓ ଷ୍ଟେଟପୋଲ 11 ରହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ