ETV Bharat / city

ରାଜ୍ୟରେ 40 ଜଣଙ୍କ ଜୀବନ ନେଲା କୋରୋନା - କୋରୋନା ମୃତ୍ୟୁ

ଆଜି ରାଜ୍ୟରେ 40 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ନଜର ପକାନ୍ତୁ କେଉଁ ଜିଲ୍ଲାରୁ କେତେ ପ୍ରାଣ ହରାଇଛନ୍ତି...

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ 40 ଜଣଙ୍କ ଜୀବନ ନେଲା କୋରୋନା

author img

By

Published : Jun 2, 2021, 11:30 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ସଂକ୍ରମଣ ଧିରେ ଧିରେ ଖସିବା ଆରମ୍ଭ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ରାଜ୍ୟରେ ସର୍ବାଧିକ 40ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଯାହାକି ରାଜ୍ୟର କୋରୋନା ଜନିତ ମୃତ୍ୟୁ ସଂଖ୍ୟାର ସମସ୍ତ ରେକର୍ଡକୁ ପଛରେ ପକାଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 2831କୁ ବୃଦ୍ଧି ପାଇଛି ।

ଅନୁଗୋଳ ଜିଲ୍ଲାରୁ 5 ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥାକ୍ରମେ 72 ବର୍ଷିୟ ମହିଳା, 55 ବର୍ଷ, 75 ବର୍ଷ, 69 ବର୍ଷ ଓ 67 ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ 2, ବାଲେଶ୍ବରରୁ ଜଣେ, ବୌଦ୍ଧରୁ 3ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେହିପରି କଟକରୁ ମଧ୍ୟ 5ଜଣଙ୍କ ଜୀବନ ନେଇଛି କୋରୋନା । ଦେବଗଡରୁ 2 ଓ ଢେଙ୍କାନାଳରୁ ଜଣେ, ଯାଜପୁରରୁ ଜଣେ ଓ ଝାରସୁଗୁଡାରୁ 4ଜଣଙ୍କ ଜୀବନ ଯାଇଛି । ସେହିପରି କଳାହାଣ୍ଡିରୁ ମଧ୍ୟ 5 ଜଣ କୋରୋନାରେ ପ୍ରାଣ ହରାଇଥିବା ବେଳେ ଖୋର୍ଦ୍ଧାରୁ 3 ଜଣ ପ୍ରାଣ ହରାଇଛନ୍ତି । ମାଲକାନଗିରି ଜଣେ ପ୍ରାଣ ହରାଇଥିବା ବେଳେ ନବରଙ୍ଗପୁରରୁ 2 ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡାରୁ ମଧ୍ୟ 3ଜଣ ମୃତ୍ୟୁ ହୋଇଛି । ଏହାସହ ସମ୍ବଲପୁରରୁ 2 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.