ଭୁବନେଶ୍ବର: ବୟସ ମାତ୍ର ୪ । ହେଲେ କ୍ୟାମେରା ସହ ଏକଦମ୍ ଫିଟ୍ । ଯେଉଁ ବୟସରେ ପିଲାମାନେ ଠିକରେ ଛିଡା ହୋଇପାରନ୍ତିନି, ସେ ବୟସରେ ଆହିଲଙ୍କ ଭିନ୍ନ ଭିନ୍ନ ପୋଜ୍ ସମସ୍ତଙ୍କୁ ଚକିତ କରୁଛି । ଦେଶର ବଛାବଛା ୩ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଳଙ୍କୃତ କରିଛନ୍ତି ଭୁବନେଶ୍ବରର ଆହିଲ ମହାନ୍ତି । ଅନିଲ ମହାନ୍ତି ଏବଂ ନୀଳାଦ୍ରି ପଣ୍ଡାଙ୍କ ପୁଅ ଆହିଲ ।
ତାଙ୍କୁ ରାମ୍ ବେଶରେ ସଜାଓ କିମ୍ବା ରହିମ୍, ସବୁଥିରେ ସାନଦାର୍ ଲୁକିଂ । ତାଙ୍କ ସୁନ୍ଦର ଚେହେରା ସାଙ୍ଗକୁ ଫଟୋଜେନିକ ଫେସ୍ ସମସ୍ତଙ୍କୁ ଆକର୍ଷିତ କରୁଛି । ବୟସରେ ସାନ ହୋଇଥିଲେ ମଧ୍ୟ ଆହିଲଙ୍କ ଅନ୍ଦାଜ ଜଣେ ମଡେଲ କିମ୍ବା ସେଲିବ୍ରେଟିଙ୍କ ପରି । ଯେଉଁ ବୟସରେ ପିଲାମାନେ ଠିକରେ ଛିଡା ହୋଇପାରନ୍ତିନି, ସେ ବୟସରେ ଆହିଲଙ୍କ ଭିନ୍ନ ଭିନ୍ନ ପୋଜ୍ ସମସ୍ତଙ୍କୁ ଚକିତ କରୁଛି । ରାମ୍, ରହିମ୍ ସବୁ ବେଶରେ ବେଶ୍ ଆକର୍ଷଣୀୟ ଦିଶୁଛନ୍ତି ଆହିଲ ।
କୋରୋନା ପାଇଁ ଅନଲାଇନରେ ଚାଲିଥିଲା India Next Master Kid Season ୨ କାର୍ଯ୍ୟକ୍ରମ । ଏଥିରେ ୧ ବର୍ଷରୁ ୬ ବର୍ଷର ପିଲାଙ୍କ ପାଇଁ ସୁଯୋଗ ରହିଥିଲା । ଆହିଲଙ୍କ ମାଆ ଏଥିରେ ତାଙ୍କ ନାମ ପଞ୍ଜିକୃତ କରିଥିଲେ । ସେ ବିଭିନ୍ନ ପର୍ବ ପର୍ବାଣୀରେ ଆହିଲଙ୍କୁ ଭିନ୍ନ ଭିନ୍ ଗେଟ୍ ଅପ୍ ଦେଇଥାନ୍ତି ଆଉ ସବୁ ଗେଟ୍ ଅପରେ ଖୁବ୍ ସୁନ୍ଦର ଦିଶନ୍ତି ଆହିଲ । ମାଆ ନୀଳାଦ୍ରିଙ୍କ କହିବା ଅନୁଯାୟୀ, ଜନ୍ମାଷ୍ଟମୀ ହେଉ ଅବା ଇଦ୍ କିମ୍ବା ସ୍ବାଧୀନତା ଦିବସ, ସବୁଥିରେ ଆହିଲଙ୍କୁ ପର୍ବ ଅନୁଯାୟୀ ସଜାଇଥାନ୍ତି । ଆଉ ଏସବୁ ବେଶ ତାଙ୍କୁ ସୁଟ୍ କରିଥାଏ, ଯାହା ତାଙ୍କୁ India Next Master Kid Season ୨ ରେ ପ୍ରଥମ ସ୍ଥାନ ଅଳଙ୍କୃତ କରିବାରେ ସହାୟକ ହେଲା । କାର୍ଯ୍ୟକମରେ ୪ ଟି ରାଉଣ୍ଡରେ ଭଲ ପ୍ରଦର୍ଶନ କରି ଦେଶର ୩ ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି ଆହିଲ ।
ତେବେ ପୁଅର ଏହି ସଫଳତାରେ ବେଶ୍ ଖୁସିବ୍ୟକ୍ତି କରିଛନ୍ତି ଆହିଲଙ୍କ ବାପା ଓ ମାଆ । ତାଙ୍କ ମାଆ କହିଛନ୍ତି ୟେ, ପିଲାମାନଙ୍କୁ ପାଠ ସହ ଅନ୍ୟାନ୍ୟ କ୍ଷେତ୍ରରେ ସୁଯୋଗ ଦେବା ଉଚିତ୍ । କାରଣ ସେ ସବୁଥିରେ ଭଲ କରିପାରିବ । ଆଗକୁ ତାକୁ ଓଲିଉଡ କିମ୍ବା ମନୋରଞ୍ଜନ କ୍ଷେତ୍ରରେ ସୁଯୋଗ ଦେବେ ବୋଲି ମାଆ ନୀଳାଦ୍ରି କହି ଥିବାବେଳେ ବଡ ହୋଇ ପୁଅ ଯେଉଁ ଦିଗରେ ମନୋନିବେଶ କରିବ ସେଥିରେ ସୁଯୋଗ ଦେବେ ବୋଲି ବାପା ଅନିଲ କହିଛନ୍ତି ।
ତେବେ କମ୍ ବୟସରୁ ଆହିଲଙ୍କ ଏ ସଫଳତା ପାଇଁ ବାପା-ମାଆ ଖୁସିବ୍ୟକ୍ତ କରିଥିବାବେଳେ ସେ ଆଗକୁ ଏପରି ସଫଳତା ସାଉଁଣ୍ଟନ୍ତୁ ଏବଂ ସ୍ବପ୍ନ ସାକାର କରନ୍ତୁ ବୋଲି ସମସ୍ତଙ୍କ ଆଶା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ