ଭୁବନେଶ୍ବର: 17 ତମ ଲୋକସଭାର ପ୍ରଥମ ଅଧିବେଶନରେ ଶପଥ ପାଠ କରିଛନ୍ତି ନବନିର୍ବାଚିତ ସାଂସଦ । ପିଏମ ମୋଦିଙ୍କ ସମେତ ଅନେକ ସାଂସଦଙ୍କୁ ସୋମବାର କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ପରେ ଏହି କ୍ରମରେ ବିଜେଡିର 4 ମହିଳା ସାଂସଦ ମଧ୍ୟ ଶପଥ ନେଇଛନ୍ତି ।
ବିଜେଡିର ଲୋକସଭା ସାଂସଦ ଚନ୍ଦ୍ରାଣି ମୁର୍ମୁ ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି । ସେହିପରି ଆସ୍କାର ବିଜେଡି ସାଂସଦ ପ୍ରମିଳା ବିଷୋଇ, ବିଜେଡିର ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ଜଗତସିଂହପୁରର ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ମଧ୍ୟ ସୋମବାର ଶପଥ ପାଠ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ମଧ୍ୟ ସାଂସଦଙ୍କ ଶପଥ ପାଠ ଜାରି ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ