ETV Bharat / city

ରାଜଧାନୀରେ ଖୋଲିବ 4 ଅସ୍ଥାୟୀ ଆରଟିଓ କ୍ୟାମ୍ପ - ଲର୍ଣ୍ଣିଂ ଲାଇସେନ୍ସ

ବର୍ତ୍ତମାନ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓରେ ଭିଡ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ମଧ୍ୟ ଆରଟିଓ ସାମ୍ନାରେ ଲମ୍ବା ଧାଡି ଦେଖାଯାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜଧାନୀରେ 4ଟି ଅସ୍ଥାୟୀ କ୍ୟାମ୍ପ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 13, 2019, 7:26 PM IST

ଭୁବନେଶ୍ବର: ବର୍ତ୍ତମାନ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓରେ ଭିଡ ଦେଖିବାକୁ ମିଳିଛି । ଭୁବନେଶ୍ବରରେ ମଧ୍ୟ ଆରଟିଓ ସାମ୍ନାରେ ଲମ୍ବା ଧାଡି ଦେଖାଯାଉଛି । ଯାହାକୁ ଦୃଷ୍ଟିରେ ରଖି ରାଜଧାନୀରେ 4ଟି ଅସ୍ଥାୟୀ କ୍ୟାମ୍ପ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସହିଦନଗର, ଚନ୍ଦ୍ରଶେଖରପୁର, ବିଏମସି ଅଫିସ ଓ ଶିରୀପୁରରେ ଏହି ଅସ୍ଥାୟୀ କ୍ୟାମ୍ପ ଖୋଲାଯିବ ବୋଲି ଜଣାପଡିଛି। ଅସ୍ଥାୟୀ କ୍ୟାମ୍ପରେ ଲର୍ଣ୍ଣିଂ ଲାଇସେନ୍ସ ଦିଆଯିବାର ବ୍ୟବସ୍ଥା ରହିବ । ଆଜି(ଶୁକ୍ରବାର) ପରିବହନ ସଚିବ, ପରିବହନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତି ହୋଇଛି ।

ଏଥିସହ ଖୋର୍ଦ୍ଧା ଟାଉନରେ ମଧ୍ୟ ଗୋଟିଏ ଅସ୍ଥାୟୀ କ୍ୟାମ୍ପ ଖୋଲିବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ସଞ୍ଜୀବ ପଣ୍ଡା । ତେବେ ଅନ୍ୟ ଆରଟିଓ ମାନଙ୍କରେ ଏପରି ଭିଡ ହେଲେ ସେଠାରେ ମଧ୍ୟ ଏପରି ଅସ୍ଥାୟୀ କ୍ୟାମ୍ପ ଖୋଲିଯିବ ବୋଲି ସେ କହିଛନ୍ତି । ସେହିପରି ଆରଟିଓ ଛୁଟି ଦିନରେ ଖୋଲାରହିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବର୍ତ୍ତମାନ ଲାଇସେନ୍ସ ପାଇଁ ବିଭିନ୍ନ ଆରଟିଓ ରେ ଭିଡ କୁ ଆଖି ଆଗରେ ରଖି ଆଜି ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଛି ।ବୈଠକରେ ପରିବହନ ସଚିବ ଓ ପରିବହନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଛନ୍ତି ।
Body:ଏହି ବୈଠକରେ ଲଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ଖୋଲିବ ୪ଟି ଅସ୍ଥାୟୀ କ୍ୟାମ୍ପ, ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ସହିଦନଗର, ଚନ୍ଦ୍ରଶେଖରପୁର, BMC ଅଫିସ ଓ ଶିରୀପୁରରେ ଖୋଲିବ କ୍ୟାମ୍ପ, ବୋଲି ସୂଚନା ଦେଇଛନ୍ତି କମିଶନ ର ସଞୀବ ପଣ୍ଡା ।ଏହା ସହ ଖୋର୍ଦ୍ଧା ଟାଉନରେ ମଧ୍ୟ ଖୋଲିବ ଗୋଟିଏ ଅସ୍ଥାୟୀ କ୍ୟାମ୍ପ, ପରିବହନ କମିସନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଦେଇଛନ୍ତି ।ଏହି ସହ ରାଜ୍ୟ ର ଅନ୍ୟ ଆରଟିଓ ମାନଙ୍କରେ ଭିଡ ହେଲେ ଏହିପରି ଅସ୍ତାଇକ୍ୟାମ୍ପ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି କମିଶନର ଏହା ସହ ବିଭିନ୍ନ ଆରଟିଓ ମାନଙ୍କରେ ଛୁଟି ଦିନରେ କାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।Conclusion:ଏହା ସହ ଅଧିକ ସଂଖ୍ୟା ରେ କମ୍ପୁଟର ଓ ସ୍ଲଟ ଦିଆଯାଇଛି ବୋଲି ସଞ୍ଜୀବ କହିଛନ୍ତି ।ନୂଆ ମୋଟର ଜାନ ଆଇନ ଲାଗୁ ହେବା ପରେ ଆରଟିଓ ମାନଙ୍କରେ ପ୍ରବଳ ଭିଡ କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥା କରାଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.