ETV Bharat / city

ଅର୍ଥମନ୍ତ୍ରୀଙ୍କୁ ଭେଟିଲେ 4 ଓଡିଆ ସାଂସଦ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଓଡିଶାର 4 ସାଂସଦ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ଲୋକସଭା ସାଂସଦ ଅନୁଭବ ମହାନ୍ତି ଆଜି ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି ।

author img

By

Published : Feb 10, 2020, 7:50 PM IST

4 odia mp meet finance minister
ଅର୍ଥମନ୍ତ୍ରୀଙ୍କୁ ଭେଟିଲେ 4 ଓଡିଆ ସାଂସଦ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଓଡିଶାର 4 ସାଂସଦ । ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର ଓ ଲୋକସଭା ସାଂସଦ ଅନୁଭବ ମହାନ୍ତି ଆଜି ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ଅବସରରେ ସାଂସଦ ମାନେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସହିତ ଜମିହରାଙ୍କ କ୍ଷତିପୂରଣ ରାଶିରୁ ଆୟକର ହଟାଇବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

4 odia mp meet finance minister
ଫଟୋ ସୌଜନ୍ୟ @Amar4Odisha

ଜମିହରାଙ୍କୁ ମିଳୁଥିବା ସହାୟତା ତଥା ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣ ରାଶି ଉପରୁ ଆୟକର ଟିକସ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ସାଂସଦ ମାନେ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି । ସେହିପରି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ନେଇ ମଧ୍ୟ ଏକ ପତ୍ର ସେମାନେ ଅର୍ଥମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ସେପଟେ ଏଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୀତାରମଣ ରାଜି ଥିବା ସାଂସଦ ଅମର ପଟ୍ଟନାୟକ ଟ୍ବିଟ୍‌ କରି ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.