ଭୁବନେଶ୍ବର: ରାଜ୍ୟରୁ ପ୍ରତିଦିନ ମୁଣ୍ଡ ନେବାରେ ଲାଗିଛି କୋରୋନା । ମଙ୍ଗଳବାର 4 ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 74କୁ ବୃଦ୍ଧି ପାଇଛି ।
ମୃତକଙ୍କ ମଧ୍ୟରେ ଭୁବନେଶ୍ବରର 80ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାର 40 ବର୍ଷୀୟ ମହିଳା, କଟକର 71 ବର୍ଷୀୟ ବୃଦ୍ଧ ଏବଂ ଗଞ୍ଜାମର 80ବର୍ଷୀୟ ବୃଦ୍ଧ ଅଛନ୍ତି ।
ସେହିପରି ସୁନ୍ଦରଗଡ ଜିଲ୍ଲାର ଜଣେ ଗୋଟିଏ ବର୍ଷ 3 ମାସ ଶିଶୁ କୋରୋନା ପଜିଟିଭ ଥିବାବେଳେ ଜିଏମ୍ 1 ଗ୍ୟାଙ୍ଗଲିଓସିଡୋସିସ୍ କାରଣରୁ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପ୍ରକାଶଥାଉକି, ସୋମବାର ରାଜ୍ୟରେ 6 ଜଣଙ୍କର କୋରୋନାଜନିତ ମୃତ୍ୟୁ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ