ଭୁବନେଶ୍ବର:ରାଜ୍ୟରେ ସଂକ୍ରମଣ ସହ ମୃତ୍ୟୁହାର ଧୀରେ ଧୀରେ କମିବାରେ ଲାଗିଛି । ଆଜି ଦିନକରେ 4 ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1798ରେ ପହଞ୍ଚିଛି ।
ତେବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ବରଗଡରେ 35ବର୍ଷର ପୁରୁଷ, ଭୁବନେଶ୍ବରରେ 73ବର୍ଷର ପୁରୁଷ, ମାଲକାନଗିରିରେ 70 ବର୍ଷର ପୁରୁଷ ଓ ମୟୂରଭଞ୍ଜରେ 70ବର୍ଷ ପୁରୁଷଙ୍କ ମୃତ୍ୟୁ ହୋଇଛି । ଏପଟେ ଆଜି ଦିନକରେ 387 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ