ETV Bharat / city

ରିମାଣ୍ଡରେ ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟ, ୨ ଦିନରେ ଖୋଲିବେ ଭାଇଗିରି ଆତଙ୍କର‌ ଚେର

author img

By

Published : Nov 13, 2021, 1:59 PM IST

Updated : Nov 13, 2021, 4:53 PM IST

ଖୋଲିବ ଭାଇଗିରି ଆତଙ୍କର ଚେର । ରିମାଣ୍ଡରେ ଗଲେ ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟ । ଅଧିକ ପଢନ୍ତୁ...

4 members of KBN group remanded to commissionerate Police Custody
ରିମାଣ୍ଡରେ ରକ୍ତଚରିତ୍ର ଗ୍ୟାଙ୍ଗର ୫ ସଦସ୍ୟ, ୨ ଦିନରେ ଖୋଲିବେ ଭାଇଗିରି ଆତଙ୍କର‌ ଚେର

ଭୁବନେଶ୍ବର: ଖୋଲିବ ଭାଇଗିରି ଆତଙ୍କର ଚେର । ରିମାଣ୍ଡରେ ଗଲେ ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟ । ଗ୍ୟାଙ୍ଗର ୫ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । କୋର୍ଟଙ୍କ ଅନୁମତି ପରେ ଆଜି କମିଶନରେଟ ପୋଲିସ ଝାରପଡାରୁ ସମସ୍ତଙ୍କୁ ସ୍ବତନ୍ତ୍ର ଗାଡି ଯୋଗେ ନେଇଥିବା ସୂଚନା ମିଳିଛି । ଏନେଇ ଶନିବାର କମିସନରେଟ ପୋଲିସର ଜୋନ ୫ ଏସିପି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।

୨ଦିନିଆ ରିମାଣ୍ଡରେ ରକ୍ତଚରିତ୍ର ଗ୍ୟାଙ୍ଗ ସଦସ୍ୟ। ଝାରପଡାରୁ ସ୍ବତନ୍ତ୍ର ଗାଡ଼ିରେ ନେଲା କମିଶନରେଟ୍ ପୋଲିସ । ଗିରଫ ଚାରି ଅଭିଯୁକ୍ତ ସୁମନ କୁମାର ପରିଡା,ରାହୁଲ ଜେନା‌ ସମେତ ରାଜେଶ ବେହେରା ଓରଫ ଚେଙ୍ଗ ଏବଂ ସନାତନ ବେହେରା ଓରଫ ସନିଆକୁ ରିମାଣ୍ଡରେ ନେଇଛି ପୋଲିସ। ତେବେ କିଭଳି ଭାଇଗିରି ଆତଙ୍କ ଖେଳାଇ ଥିଲେ କାହା ନାଁରେ କେତେ କେସ । କିଏ ଏମାନଙ୍କୁ ଫଣ୍ଡିଂ କରୁଥିଲା । ଏମାନଙ୍କ ଗ୍ୟାଙ୍ଗ ପଛରେ କେଉଁ ବଡ଼ ବଡିଆଙ୍କ ହାତ ରହିଛି ଏସବୁର ଗୁମର ଖୋଲିବ।

ପିସ୍ତଲ ଓ ଆସ୍ତ୍ରଶସ୍ତ୍ର କେଉଁଠୁ ଆଣୁଥିଲେ। ଭିଡିଓ ଦେଖାଯାଇଥିବା ସବୁ ହାତ ହତିଆର ଅଭିଯୁକ୍ତମାନେ କେଉଁଠୁ ଆଣୁଥଲେ, କେଉଁଠି ସେମାନଙ୍କ ଆଡ୍ଡା ଥିଲା, ରିମାଣ୍ଡରେ ସେ ସମ୍ପର୍କରେ ପୋଲିସ ପଚରାଉଚରା କରିବ । ଏହା ସଙ୍ଗେ ସଙ୍ଗେ ଗ୍ୟାଙ୍ଗର ୨୯ ଜଣ ସଦସ୍ୟଙ୍କ କଳା ଚିଠା ସହ ସେମାନଙ୍କ ଲୁଚିଲା ସ୍ଥାନ ଓ ଲିଙ୍କ ଖୋଜିବ ପୋଲିସ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Nov 13, 2021, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.