ETV Bharat / city

ବଡ ଡକାୟତି ଯୋଜନା ପଣ୍ଡ, ୪ଜଣଙ୍କୁ କାବୁକଲା କମିଶନରେଟ ପୋଲିସ

author img

By

Published : Sep 28, 2022, 12:06 PM IST

ଏକାମ୍ର କ୍ଷେତ୍ରରରେ ଡକାୟତି ଉଦ୍ୟମ । ବିଏମସି ନୂଆ ମାର୍କେଟ ପଛପଟୁ ୪ଜଣଙ୍କୁ ଧରିଲା ପୋଲିସ । ଡକାୟତି ଯୋଜନାବେଳେ ଲୁହା ରଡ, ଲଙ୍କାଗୁଣ୍ଡ, ମାରଣାସ୍ତ୍ର ସହ ଗିରଫ କରିଛି କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ

ପୂଜା ପୁର୍ବରୁ ଡକାୟତି  ଯୋଜନା, ୪ଗିରଫ
ପୂଜା ପୁର୍ବରୁ ଡକାୟତି ଯୋଜନା, ୪ଗିରଫ

ଭୁବନେଶ୍ବର: ରାଜଧାନୀରେ ବଡ ଡକାୟତି ଉଦ୍ୟମ । ପୂଜାରେ ବଡ଼ଧରଣର ଅପରେସନ ପାଇଁ ଥିଲା ଯୋଜନା । ଏକାମ୍ର କ୍ଷେତ୍ର ତଥା ଲିଙ୍ଗରାଜ ଥାନା ଅଞ୍ଚଳରେ ଚାଲିଥିଲା ବଧ ଧରଣର ଡକାୟତି ଯୋଜନା । ଏହି ଘଟଣାରେ ବିଏମସି ନୂଆ ମାର୍କେଟ ପଛପଟୁ ୪ ଜଣଙ୍କୁ ଧରିଛି ପୋଲିସ । ସେମାନଙ୍କ ନିକଟରୁ ଲୁହା ରଡ୍‌, ଲଙ୍କାଗୁଣ୍ଡ, ମାରଣାସ୍ତ୍ର ସହ ଗିରଫ କରିଛି କମିଶନରେଟ୍ ପୋଲିସ ।

ତେବେ ସୂଚନା ଅନୁସାରେ, ନୂଆ ମାର୍କେଟ ବିଏମସି ମାର୍କେଟ କମ୍ପ୍ଲେକ୍ସ ପଛପଟେ ମଦ ପିଇ ଡକାୟତି ପାଇଁ ଯୋଜନା ଚଲେଇଥିଲେ । ଏକାମ୍ର କ୍ଷେତ୍ର ତଥା ଲିଙ୍ଗରାଜ ଥାନା ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରିଥିଲେ । ମାରଣାସ୍ତ୍ର ଓ ଲଙ୍କାଗୁଣ୍ଡରେ ଲୋକଙ୍କ ଘରେ ପଶି ଡକାୟତି ପାଇଁ ଯୋଜନା‌ କରିଥିଲେ । ତେବେ ଏନେଇ ଲିଙ୍ଗରାଜ ଥାନା ଗଙ୍ଗୁଆ ନାଳ କଡରେ ଏକାକି ରହୁଥିବା ଲୋକଙ୍କ ଘରେ ପଶିବାକୁ ଯୋଜନା କରିଥିଲେ । ସୁନା ରୁପା ଅଳଙ୍କାର ସହ ଟଙ୍କା ଲୁଟ୍‌ ପାଇଁ ଯୋଜନା କରିଥିଲେ ।

ଏନେଇ ଖବର ପାଇଲିଙ୍ଗରାଜ ଥାନା ପୋଲିସ ରେଡ କରିଥିଲା‌ । ପୋଲିସକୁ ଚକମା ଦେଇ ଖସିବାକୁ ଯୋଜନା କରୁଥିବାବେଳେ 4ଜଣଙ୍କୁ କାବୁ କରିଥିଲା ପୋଲିସ । ଧରାପଡିଥିବା 4 ଜଣ ହେଲେ ରାଜେଶ କୁମାର ସାହୁ, ଦେବୀପ୍ରସାଦ ଭୋଇ, ରୁଦ୍ର ଭୋଇ, ସୁରଜ ମହାପାତ୍ର । ପୂଜାକୁ ଆଖି ଆଗରେ‌ ରଖି ଡକାୟତି ପାଇଁ ଯୋଜନା କରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ରାଜେଶ ମହାପାତ୍ର ଓ ସୁରଜ ମହାପାତ୍ର ନାଁରେ ପୂର୍ବରୁ ଅପରାଧିକ ମାମଲା ଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ଏନେଇ ପୋଲିସ ପୂଜା ପୁର୍ବରୁ ଜେଲ୍‌କୁ ପଠାଇଛି ।

ତେବେ ସୂଚନା ଥାଉକି, କିଛିଦିନ ପୂର୍ବେ ସେହିଭଳି ଭୁବନେଶ୍ବର ପାହାଳ ସ୍ଥିତ ଅଟଳା ବ୍ରିଜ ଉପରେ ଚାଲିଥିଲା ଡକାୟତି ପାଇଁ ଯୋଜନା । ହେଲେ ମାଡ଼ି ବସିଲା ପୋଲିସ । ଏହି ଘଟଣାରେ ପୋଲିସ ତିନି ଜଣ କୁଖ୍ୟାତ ଡକାୟତ ସହ ୫ଜଣଙ୍କୁ ଗିରଫ କରିଥିଲା । ପାହାଳ ଥାନା ଅନ୍ତର୍ଗତ ଅତଳ ଗଡା ନିକଟରେ ଥିବା ଏକ ନିର୍ମାଣାଧୀନ କୋଠାଘରେ ଏକାଠି ହୋଇ ନିକଟସ୍ଥ ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ନିମନ୍ତେ ଯୋଜନା କରୁଥିଲେ । ଯାହା ବିଷୟରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲା ପୋଲିସ । ଏହି ସୂଚନାକୁ ଆଧାର କରି ପାହାଳ ଥାନା ପୁଲିସ ଟିମ ଘଟଣାସ୍ଥଳରେ ଚଢାଉ କରି ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଲେ ପିଣ୍ଟୁ କୁମାର‌ ଦାସ, ଆୟୁବ ଖାନ, ବଳରାମ ନାୟକ, ସେଖ ସରିଫ, ବିକି ଜେନା । ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.