ETV Bharat / city

ଗୋଲଡ଼ ଲୋନ ପାଇଁ ଝାମ୍ପୁଥିଲେ ସୁନା ଚେନ, ରାଜଧାନୀରୁ ୪ ଲୁଟେରା ଗ୍ୟାଙ୍ଗ ଗିରଫ

author img

By

Published : Feb 17, 2021, 8:19 PM IST

ରାଜଧାନୀରେ ଲୁଟପାଟ କରୁଥିବା ୪ ଜଣିଆ ଗ୍ୟାଙ୍ଗର ଖୁଲାସା କରିଛି କମିସନରେଟ ପୋଲିସ। ଯେଉଁଥିରେ ୧୩ ଟି ମାମଲାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨ଟି ସୁନା ଚେନ ଓ 2ଟି ଚୋରା ବାଇକ ଜବତ କରିଛି ପୋଲିସ ।

୪ ଜଣିଆ ଗ୍ୟାଙ୍ଗର ଖୁଲାସା କରିଛି କମିସନରେଟ ପୋଲି

ଭୁବନେଶ୍ବର: ଝାମ୍ପି ନେଉଥିଲେ ସୁନା ଚେନ। ଆଉ ପରମୂହର୍ତ୍ତରେ ସୁନା ଚେନକୁ ବନ୍ଧକ ରଖି ଆଣୁଥିଲେ ଗୋଲଡ଼ ଲୋନ। ରାଜଧାନୀରେ ଏମିତି ଢ଼ଙ୍ଗରେ ଲୁଟପାଟ କରୁଥିବା ୪ ଜଣିଆ ଗ୍ୟାଙ୍ଗର ଖୁଲାସା କରିଛି କମିସନରେଟ ପୋଲିସ। ଯେଉଁଥିରେ ୧୩ ଟି ମାମଲାରେ ସମ୍ପୃକ୍ତ ଥିବା 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୨ଟି ସୁନା ଚେନ ଓ 2ଟି ଚୋରା ବାଇକ ଜବତ କରିଛି ପୋଲିସ ।

ତେବେ ଗିରଫ 4 ଅଭିଯୁକ୍ତମାନେ ହେଲେ ରାଜେଶ ମହାନ୍ତି, ରବିନ ଶତପଥି, ସନ୍ତୋଷ ବାରିକ, ସାଗର ନାୟକ। ସେମାନେ ରାଜଧାନୀରେ ଛିନତାଇ କରୁଥିବାବେଳେ ଦରକାର ପଡିଲେ ଛିନତାଇ ବେଳେ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଥିଲେ। ଗତ ୧୦ ତାରିଖରେ ଝାରପଡାରୁ ଜଣେ ବୃଦ୍ଧାଙ୍କୁ ଲୁଟ ବେଳେ ପୋଲିସ ହାତରେ ଏହି ଗ୍ୟାଙ୍ଗର ସୁରାକ ଲାଗିଥିଲା ।

ପୋଲିସ ସେମାନଙ୍କୁ ଗିରଫ କରିବା ପରେ ତାଙ୍କଠାରୁ ଆଶ୍ଚର୍ଯ୍ୟଜନକ ଲୁଟ ବିଷୟରେ ପର୍ଦାଫାସ କରିଛି ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ ପ୍ରଥମେ ସୁନା ଚେନକୁ ଝାମ୍ପିନେଇ ପରେ ଏହାକୁ ବନ୍ଧକ ରଖି ଲୋନ ନେଉଥିବା ଜାଣିବାକୁ ପାଇଛି ପୋଲିସ। ତେବେ ଏହି 4 ଜଣଙ୍କୁ ମିଶାଇ ଗତ ୨ମାସରେ ୮ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.