ETV Bharat / city

ଗରିଫ ହେଲେ 4 ଜଣିଆ ଲୁଟେରା ଗ୍ୟାଙ୍ଗ

author img

By

Published : Jul 16, 2019, 8:13 PM IST

ରାଜଧାନୀରେ ବଢିଚାଲିଛି ଲୁଟେରା ଗ୍ୟାଙ୍ଗ । କମିଶନରେଟ ପୋଲିସ 4 ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ଅନେକ ଦାମୀ ଜିନିଷ ଜବତ କରିିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଲୁଟେରାଙ୍କୁ ଧରିଛି କମିଶନରେଟ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ । ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ମଧ୍ୟ କିିଛି ଦିନଧରି ଲୁଟ ଚଲେଇଥିଲା ଏହି ଲୁଟେରା ଦଳ ।ତେବେ ଘଟଣା ସ୍ଥଳରେ 4 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 2ଟି ଦାମୀ କାର, 5 ଟି ଦାମୀ ଏଲସିଡି ଟିଭି, 4ଟି ବାଇକ ଓ 150 ଗ୍ରାମ ସୁନା ଜବତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସମ୍ଭ୍ରାନ୍ତ ଘରମାନଙ୍କ ଉପରେ ମୁଖ୍ୟତଃ ଏହି ଲୁଟେରା ଦଳ ନଜର ରଖିଥିଲେ । ଘରେ ପଶି ଚୋରି କରିବା ସମେତ ବିଭିନ୍ନ ଦାମୀ କାର ମଧ୍ୟ ଚୋରି କରିଛନ୍ତି ଏହି ଲୁଟେରା । ଲୁଟେରାଙ୍କ ନାମ ଗଣେଶ ପୃଷ୍ଟି, ପ୍ରଦୀପ୍ତ କୁମାର ସାହୁ, ଏସକେ ସାଦମ ହୁସେନ, ବଲ୍ଲଭ ନାୟକ ବୋଲି ଜଣାପଡିଛି । ଏକ ଦାମୀକାରକୁ ବିକିବା ସମୟରେ ପୋଲିସ ଖବର ପାଇ ଚଢାଉ କରିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:
ସ୍ୱତନ୍ତ୍ର ସ୍କୁଆଡ଼ ହାତରେ 4 ଜଣିଆ ଲୁଟେରା ଗ୍ୟାଙ୍ଗ।

ରାଜାଧନୀ ରେ ଲୁଟ ପାଟ କରୁଥିବା ଲୁଟେରା ଗ୍ୟାଙ୍ଗ କୁ ଧାରିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ସ୍କାଡ଼।ରାଜଧାନୀର ବିଭିନ୍ନ ଥାନା ଅଧୀନରେ ଥିବା ଘର ଉପରେ ନଜର ପକାନ୍ତି ସୁଯୋଗ ଦେଖି ଲୁଟ କରନ୍ତି। ଏପରି ଭାବରେ କିଛି ଦିନ ହେଲା କରିଆସୁଥିଲେ ଏହି ଲୁଟେରା ଗ୍ୟାଙ୍ଗ।

Body:

ରାଜଧାନୀ ଭୁବନେଶ୍ବର ରେ କିଛି ଦିନ ହେଲା ଏହି ଗ୍ୟାଙ୍ଗ ଲୁଟ ପାଟ କରିଆସୁଥିଲେ। କେବଳ ରାଜଧାନୀ ନୁହେଁ ଜିଲ୍ଲା ବହାରରେ ମଧ୍ୟ ଲୁଟ ପାଟ କରିଛନ୍ତି। ତେବେ ରାଜଧାନିରୁ ବିଭିନ୍ନ ସ୍ଥାନରୁ ଦାମୀ କାର ର ଲକ ଭାଙ୍ଗି କାର ଲୁଟ କରନ୍ତି।ଏ ହ ସହ ସମ୍ଭ୍ରାନ୍ତ ଶ୍ରେଣୀ ର ଲୋକମାନଙ୍କ ଘର ଉପରେ ନଜର ରଖନ୍ତି ଏହି ଲୁଟେରା ଗ୍ୟାଙ୍ଗ। ସମୟ ସୁଯୋଗ ଦେଖିବଘରୁ କଳାକାନା ବୁଲାନ୍ତି।
ଏହି ଗ୍ୟାଙ୍ଗର 4 ଜଣ ସଦସ୍ୟ କୁ ସ୍ୱତନ୍ତ୍ର ସ୍କାଡ଼ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗଣେଶ ପୃଷ୍ଟି, ପ୍ରଦୀପ୍ତ କୁମାର ସାହୁ, ଏସକେ ସାଦମ ହୁସେନ, ବଳଭ ନାୟକ।

ଏମାନେ ସାଧାରଣତଃ ଦାମୀ କାର ସୁନା ଓ ଇଲେକ୍ଟ୍ରିକାଲ ଜିନିଷ ବଜାରରେ କାମ ଦାମ ରେ ବିକିଥାନ୍ତି। ଏକ ଦାମୀ କାର କୁ ବିକିବା ସମୟରେ ପୋଲିସ ଖବର ପାଇଁ ଛଡାଉ କରିଥିଲା। ତେବେ ଘଟଣା ସ୍ଥଳରେ 4 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 2ଟି ଦାମୀ କାର, 5 ଟି ଦାମୀ ଏଲସିଡି ଟିଭି, ବାଇକ 4 ଟି ଓ 150 ଗ୍ରାମ ସୁନା ଜବତ କରିଛି ସ୍ୱତନ୍ତ୍ର ସ୍କାଡ଼।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.