ETV Bharat / city

Odisha Assembly: ଆଜି ପାରିତ ହେଲା ୪ଟି ବିଲ୍, କାଲି ଯାଏଁ ଗୃହ ମୁଲତବୀ

author img

By

Published : Sep 8, 2021, 5:44 PM IST

ଗୁରୁବାର ଯାଏଁ ଗୃହ ମୁଲତବୀ । ଆଜି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୪ ବିଲ୍ ପାରିତ ହୋଇଛି । ପଞ୍ଚାୟତ ବିଧି ସଂଶୋଧନ ବିଲ୍ 2021 ସହ ଅନ୍ୟ ୩ଟି ବିଲ୍ ବିଧାନସଭାରେ ମଞ୍ଜୁର ହୋଇଛି । ଅଧିକ ପଢ଼ନ୍ତୁ...

Odisha Assembly: ହଟ୍ଟଗୋଳ ମଧ୍ୟରେ ପାରିତ ହେଲା  ୪ଟି ବିଲ୍

ଭୁବନେଶ୍ବର: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୁରୁବାର ଦିନ ୧୦.୩୦ ଯାଏଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ବୁଧବାର ମାତ୍ର ଏକ ଘଣ୍ଟା ହିଁ ସୁରୁଖୁରୁରେ ଚାଲିଥିଲା ବିଧାନସଭା । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟ ମାନେ ଖଣି ଦୂର୍ନୀତିକୁ ପ୍ରସଙ୍ଗ କରି ଗୃହରେ ହଟ୍ଟଗୋଳ କରିଥିଲେ । ଆଜି କଂଗ୍ରେସ ରାଜ୍ୟରେ ଖଣି ଦୂର୍ନୀତିକୁ ନେଇ ମୁଲତବୀ ନୋଟିସ ଦେଇଥିଲା । ତେବେ ଏହାକୁ ବାଚସ୍ପତି ଏହାକୁ ଗ୍ରହଣ କରିନଥିଲେ । ବିଜେପି ଗୃହରେ ମଧ୍ୟ ହଟ୍ଟଗୋଳ କରିଥିଲା । ଫଳରେ ଗୃୃହକୁ ଅପରାହ୍ଣ ୪ଟା ମୁଲତବୀ କରାଯାଇଥିଲା । ତେବେ ପୁନଃ ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀ ହଟ୍ଟଗୋଳ ଆରମ୍ଭ କରିଥିଲେ । ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ୪ଟି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ ହୋଇଛି । ଏହି ବିଲ୍ ଗୁଡ଼ିକ ହେଲା ଓଡିଶା ପଞ୍ଚାୟତ ବିଧି ସଂଶୋଧନ ବିଲ୍ 2021, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍ 2021, ସୁଦାମ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ 2021 ଓ ଓଡ଼ିଶା ଗୃହବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍ 2021 ।

୧୯୬୮ ମସିହାରେ ଓଡିଶା ହାଉସିଂ ବୋର୍ଡ ଅଧିନିୟମ ପ୍ରଣିତ ହୋଇ ଓଡିଶା ରାଜ୍ୟ ହାଉସିଂ ବୋର୍ଡ ଗଠିତ ହୋଇଥିଲା । ଗୃହ ନିର୍ମାଣ କରି ସୁଲଭ ମୂଲ୍ୟ ରେ ସର୍ବ ସାଧାରଣଙ୍କୁ ଗୃହ ଯୋଗାଇବା ଏହି ଅଧିନିୟମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଗତ ୫୦୧ ବର୍ଷ ମଧ୍ୟରେ ରାଜ୍ୟ ହାଉସିଂ ବୋର୍ଡ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୃହ ନିର୍ମାଣ ପ୍ରକଳ୍ପ ଗୁଡ଼ିକୁ ସଫଳତାର ସହିତ କାର୍ଯ୍ୟକାରୀ ହୋଇଛି । କିନ୍ତୁ ସାଂପ୍ରତିକ ସ୍ଥିତିରେ ଜୀବିକା ଉପାର୍ଜନ ପାଇଁ ବହୁ ସଂଖ୍ୟାରେ ଲୋକେ ସହରାଭିମୁଖୀ ହେଉଛନ୍ତି। ଏହା ଦ୍ଵାରା ସହରାଞ୍ଚଳ ଭିତିଭୂମି ମାତ୍ରାଧିକ ଚାପଗ୍ରସ୍ତ ହେଉଛି । ଗ୍ରାମାଞ୍ଚଳରେ ମଧ୍ୟ ବାସଗୃହର ଚାହିଦା ବହୁମାତ୍ରାରେ ବୃଦ୍ଧି ହେବା ଲକ୍ଷ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର “ସମସ୍ତଙ୍କ ପାଇଁ ବାସଗୃହ ନୀତି” ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ର ସମସ୍ତ ବ୍ୟକ୍ତି ବିଶେଷତଃ ସମାଜର ଅର୍ଥନୈତିକ ଅନଗ୍ରସର ବର୍ଗର ବ୍ୟକ୍ତି ବିଶେଷଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବାସଗୃହ ଯୋଗାଇଦେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରି ସେହି ଦିଗରେ କାର୍ଯ୍ୟ କରୁଛନ୍ତି ।

ସହରାଞ୍ଚଳ ମାନଙ୍କରେ ବାସଗୃହ ନିର୍ମାଣ ନିମନ୍ତେ ଯଥେଷ୍ଟ ସ୍ଥାନ ଉପଲବ୍ଧ ହେଉନାହିଁ । ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏଥି ସହିତ ଜଳବାୟୁ ପରିବର୍ତ୍ତନ ଏକ ବିଶେଷ ସମସ୍ୟା ଭାବେ ଉଭା ହୋଇଛି । ଏତଦ ବ୍ୟତୀତ ସ୍ୱଳ୍ପ ଆୟକାରୀ ବର୍ଗର ଲୋକ ମାନଙ୍କ ପାଇଁ ଗୃହ ନିର୍ମାଣ କରି , ତାହା ସୁଲଭ ମୂଲ୍ୟ ରେ ଯୋଗାଇ ଦେବା ଏକ ଆହ୍ଵାନ ସୃଷ୍ଟି କରିଛି ।

ଗୃହ ନିର୍ମାଣ କ୍ଷେତ୍ରରେ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପର୍ଯ୍ୟାପ୍ତ କ୍ଷମତା ସମ୍ପନ୍ନ ଏକ ପ୍ରମୁଖ ସଂସ୍ଥା । ଏଣୁ ସାଂପ୍ରତିକ ଗୃହ ନିର୍ମାଣ ଚାହିଦା ପୂରଣ କରିବା ନିମନ୍ତେ ଏହି ସଂସ୍ଥାର ପୁନଃର୍ବିନ୍ୟାସ ଏବଂ ସଶକ୍ତି କରଣ ଅପରିହାର୍ଯ୍ଯ । ଏହି ଲକ୍ଷ୍ୟ ପୂରଣ ପାଇଁରେ ରାଜ୍ୟ ସରକାର ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ର କେତେକ ନିୟମାବଳୀକୁ ସଂଶୋଧନ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.