ଭୁବନେଶ୍ବର:ରାଜ୍ୟରେ ସୁଧୁରୁଛି କୋରୋନା ସ୍ଥିତି । ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ବର୍ତ୍ତମାନ ମୋଟ ମୃତ୍ୟୁ ସଂଖ୍ୟା 1802। ହେଲେ ପୁଣି ଶନିବାର କୋରୋନାରେ 4 ଜଣଙ୍କ ମୃତ୍ୟୁ ହୋଇଛି।
ମୃତ୍ୟୁ ଘଟିଥିବା 4 ଜଣଙ୍କ ମଧ୍ୟରୁ ବାଲେଶ୍ବରର 70 ବର୍ଷର ବୃଦ୍ଧ, ମାଲକାନଗିରିରେ 70 ବର୍ଷର ବୃଦ୍ଧ, ସୁନ୍ଦରଗଡରେ 65 ଓ 55 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି। ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1802ରେ ପହଞ୍ଚିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ