ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁ ହାର ଦିନକୁ ହ୍ରାସ ପାଉଛି । ଯାହା ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର । ଏହି କ୍ରମରେ 24 ଘଣ୍ଟାରେ 4 ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 1850ରେ ପହଞ୍ଚିଛି ।
4 ଜଣ ମୃତକଙ୍କ ମଧ୍ୟରେ ରହିଛନ୍ତି, ଭୁବନେଶ୍ୱରର 70 ବର୍ଷର ବୃଦ୍ଧା, ଖୋର୍ଦ୍ଧାର 70 ବର୍ଷର ବୃଦ୍ଧା, କଳାହାଣ୍ଡିର 51 ବର୍ଷର ପୁରୁଷ ଓ ସୁନ୍ଦରଗଡରେ 27 ବର୍ଷର ଯୁବତୀଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ