ଭୁବନେଶ୍ବର: ରାଜଧାନୀରେ ଚାଇଲ୍ଡଲାଇନର ବଡ ଖୁଲାସା । ଚୋରା ଚାଲାଣ ବେଳେ 4 ଜଣ ଶିଶୁକୁ ଉଦ୍ଧାର କରାଯାଇଛି । କମିଶନରେଟ ପୋଲିସ ସହାୟତାରେ ଏକ ପଳାଶପଲ୍ଲୀ ପାଉଁରୁଟି ଫ୍ୟାକ୍ଟ୍ରିରୁ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଶିଶୁଙ୍କଙ୍କ ବୟସ 14 ରୁ 15 ବର୍ଷ ହେବ । ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଶିଶୁ ସୁରକ୍ଷା ଅଧିକାରୀ ଜାଣିବାକୁ ପାଇଛନ୍ତି ।
ବ୍ରେଡ ଫ୍ୟାକ୍ଟ୍ରିର ମାଲିକ ମନୋଜ ଗୌଡ ନିଜ ଗାଁରୁ ଶିଶୁ ଚୋରି କରି ଆଣି ନିଜ ଫ୍ୟାକ୍ଟ୍ରିରେ ନିୟୋଜିତ କରିଥିଲା ବୋଲି ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ, ଲକଡାଉନ ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ସେମାନଙ୍କୁ ଆଣି ଏଠାରେ କାମରେ ଲଗାଇଥିଲା । ଏଥିପାଇଁ ସେମାନଙ୍କୁ ପ୍ରତି ମାସରେ 4 ହଜାର ଟଙ୍କା ଦେଉଥିଲା ବୋଲି ଶିଶୁ ସୁରକ୍ଷାଙ୍କୁ କହିଛି ଫ୍ୟାକ୍ଟ୍ରି ମାଲିକ ।
ସୂଚନାଯୋଗ୍ୟ, 18 ବର୍ଷରୁ ପିଲାଙ୍କୁ କାମରେ ଲଗାଇବା ଦଣ୍ଡନୀୟ ଅପରାଧ । ଏପରି ଶିଶୁ ଚୋରାଚାଲାଣ କରି ଆଣି ଫ୍ୟାକ୍ଟ୍ରିରେ କାମ କରାଇବାରେ କମିଶନରେଟ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଏବେ ଦେଖିବାର ରହିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ