ETV Bharat / city

ତୃତୀୟ ଲହର ଏବେ କାଳ୍ପନିକ: ଡିଏମଇଟି - ଡିଏମଇଟି ତୃତୀୟ ଲହର ପ୍ରତିକ୍ରିୟା

ଯେଉଁଠାରେ ଅଧିକ ପଜିଟିଭ ଆସୁଛି, ସେହିଠାରେ ଅଧିକ ଫୋକସ କରାଯାଉଛି। ତୃତୀୟ ଲହର ହୋଇନାହିଁ କେବଳ ଏହା ଏକ କାଳ୍ପନିକ ଭାବରେ ରହିଛି। ଏହା ଆସିବ କି ନାହିଁ କହିହେବ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ...

ତୃତୀୟ ଲହର ଏବେ କାଳ୍ପନିକ: ଡିଏମଇଟି
ତୃତୀୟ ଲହର ଏବେ କାଳ୍ପନିକ: ଡିଏମଇଟି
author img

By

Published : Jul 9, 2021, 8:31 PM IST

ଭୁବନେଶ୍ବର: ରାଜ୍ୟରେ କମୁନାହିଁ ସଂକ୍ରମଣ ହେଲେ ଏପଟେ ମୃତ୍ୟୁ ସଂଖ୍ୟାରେ ରୋକ ଲାଗିପାରୁ ନାହିଁ । ଏନେଇ ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଟିପିଆର ଅନୁସାରେ ସଂକ୍ରମଣ ବଢି଼ନାହିଁ । ତୃତୀୟ ଲହର ଏକ କାଳ୍ପନିକ ଭାବରେ ରହିଛି ।

ଯେଉଁଠାରେ ଅଧିକ ପଜିଟିଭ ଆସୁଛି, ସେହିଠାରେ ଅଧିକ ଫୋକସ କରାଯାଉଛି। ତୃତୀୟ ଲହର ହୋଇନାହିଁ କେବଳ ଏହା ଏକ କାଳ୍ପନିକ ଭାବରେ ରହିଛି। ଏହା ଆସିବ କି ନାହିଁ କହିହେବ ନାହିଁ । ସରକାର ଯେଉଁ 3 ମାସ ଘର ଘର ବୁଲି ସର୍ଭିଲାନ୍ସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏବେ ଚାଲୁ ରହିଛି। ଏହା ମଧ୍ୟରେ ଯେତିକି ପଜିଟିଭ ବାହାରୁଛନ୍ତି ତାଙ୍କୁ ଆଇସୋଲେସନରେ ରଖାଯାଉଛି ।

ତୃତୀୟ ଲହର ଏବେ କାଳ୍ପନିକ: ଡିଏମଇଟି

କିନ୍ତୁ, ରାଜ୍ୟରେ ଦୁଇ ହଜାର ତଳକୁ ଖସୁନାହିଁ ଦୈନିକ ସଂକ୍ରମଣ। ଆଜି ରାଜ୍ୟରେ ଟିପିଆର 3.57% ରହିଥିବାବେଳେ 7.5%ରେ ରହିଛି କଟକ ଏବଂ ଯାଜପୁର ଜିଲ୍ଲା । ଅନ୍ୟପଟେ 5ରୁ 7.5%ରେ ରହିଛି ଭଦ୍ରକ ଏବଂ ନୟାଗଡ ଜିଲ୍ଲା । ଅନ୍ୟପଟେ ବାକି ଜିଲ୍ଲା ଗୁଡିକରେ 0 ରୁ 5 % ଟିପିଆର ରହିଛି । ତେବେ ଆଜି ରାଜ୍ୟରେ 2 ହଜାର 806 ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ 61 ଜଣ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.